fbpx

୩୨ ବର୍ଷିୟା ମହିଳାଙ୍କ ପସନ୍ଦକୁ ମାନିବାକୁ ପଡ଼ିବ, ପୂର୍ବରୁ ଦୁଇଥର ମ୍ୟାରେଜ୍ କରିଥିଲେ, ଏବେ ଥାର୍ଡ ଇନିଂସରେ ୧୬ ବର୍ଷର ଟୋକା ସାଥୀରେ ଛୁ

ନୂଆଦିଲ୍ଲୀ: ଆଜିକାଲିର ସମାଜରେ ପ୍ରେମ ବ୍ୟାପାରକୁ ନେଇ ଅଜବ ପ୍ରକାରର ଘଟଣା ସବୁ ଦେଖିବାକୁ ମିଳୁଛି । କେଉଁଠି ତିନିଟା ଛୁଆର ମାଆ ପାଞ୍ଚଟା ଛୁଆର ବାପା ସାଥିରେ ଫେରାର ହୋଇଗଲାଣି ତ କେଉଁଠି ୪୫ ବର୍ଷର କନିଆକୁ ୨୦ ବର୍ଷର ଯୁବକ ଧରି ଫେରାର ହୋଇଗଲାଣି । ତେବେ ଏହି ଅବସରରେ ମଧ୍ୟପ୍ରଦେଶରେ ଏକ ଚକିତ କଲା ଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳକଙ୍କ ସହ ଜଣେ ମହିଳା ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଜଣେ ୧୬ ବର୍ଷୀୟ ନାବାଳକଙ୍କ ସହ ଜଣେ ୩୨ ବର୍ଷୀୟା ମହିଳା ଫେରାର ହୋଇଯାଇଛନ୍ତି । ସିଙ୍ଗରୌଲିର ଖୁଟାର ଅଞ୍ଚଳରେ ଏହି ଘଟଣା ଘଟିଛି । ଖୁଟାର ଅଞ୍ଚଳରେ ରହି ଯୁକ୍ତ ଦୁଇରେ ପଢ଼ୁଥିବା କମଲେଶ ଶାହ ଜଣେ ମହିଳାଙ୍କୁ ବିବାହ କରି ଫେରାର ହୋଇଯାଇଛନ୍ତି । ତେବେ ଏହି ବିବାହ ପଛରେ ସ୍ଥାନୀୟ ସରପଞ୍ଚଙ୍କ ହାତ ରହିଥିବା କୁହାଯାଉଛି । ଅନ୍ୟ ପକ୍ଷରେ ଫେରାର ପୁତ୍ର କମଲେଶଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଗଲେଣି ତାଙ୍କର ପିତା ।

କମଲେଶ ଉକ୍ତ ମହିଳାଙ୍କୁ ବିବାହ କରିବା ପରେ ୫ ଦିନ ନିଜ ଶ୍ୱଶୁର ଘରେ ରହିଥିଲେ । ପରେ ଗତ ୧୩ ତାରିଖରେ ମହିଳାଙ୍କୁ ଧରି ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ କମଲେଶଙ୍କ ପିତା ପୋଲିସରେ ଓ ବାଲ କଲ୍ୟାଣ ସମିତିରେ ଅଭିଯୋଗ ଦାୟର କରିଛନ୍ତି । ତେବେ ଫେରାର ମହିଳା ଜଣଙ୍କ ପୂର୍ବରୁ ଦୁଇଥର ବିବାହ କରିଥିବା ଜଣାପଡ଼ିଛି । ଏସଡିଏମଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଘଟଣାର ଯାଞ୍ଚ କରିବାକୁ ସିଙ୍ଗରୌଲି କଲେକ୍ଟର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.