fbpx

ମହିଳା ଟ୍ୱେଣ୍ଟି-୨୦ ଚ୍ୟାଲେଞ୍ଜ୍‌ କ୍ରିକେଟ୍‌, ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ

Advertisement

­ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରୁ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟ୍ୱେଣ୍ଟି-୨୦ ଚ୍ୟାଲେଞ୍ଜ୍‌ କ୍ରିକେଟ୍‌ରେ ୧୨ ଜଣ ବିଦେଶୀ ଖେଳାଳିଙ୍କୁ ଦେଖିବାକୁ ମିଳିବ । ସମସ୍ତେ ନିଜ ନିଜର ଅଂଶଗ୍ରହଣ ନେଇ ସହମତି ଜଣାଇ ସାରିଛନ୍ତି ବୋଲି ପ୍ରତିଯୋଗିତା ଆୟୋଜକ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଛି । ପ୍ରମୁଖ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡ ଅଧିନାୟିକା ହିଦର ନାଇଟ୍‌, ଅଷ୍ଟ୍ରେଲୀୟ ଲେଗ୍‌ ସ୍ପିନର ଆଲାନା କିଙ୍ଗ୍‌ ଏବଂ ବିଶ୍ୱ ମାନ୍ୟତାର ଏକ ନମ୍ବର ବୋଲର ସୋଫି ଏକ୍‌ଲେଷ୍ଟୋନ ସାମିଲ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଇଂଲିସ୍‌ କ୍ରିକେଟର୍ସ ସୋଫିଆ ଡଙ୍କ୍‌ଲେ ଓ ଡାନିଏଲ୍‌ ୱାଟ୍‌, ଦକ୍ଷିଣ ଆଫ୍ରିକାର ତାରକା ଓପ୍‌ନର ଲେରା ଉଲ୍‌ଭାର୍ଟ ଓ ମାରିଜାନେ କାପ୍‌, ୱେଷ୍ଟଇଣ୍ଡିଜ୍‌ର ଦେନ୍ଦ୍ରା ଡଟିନ୍‌ ଓ ହାଲେ ମାଥ୍ୟୁସ ମଧ୍ୟ ଏହି ପ୍ରତିଯୋଗିତା ଖେଳିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଏହି ପ୍ରତିଯୋଗିତା ପାଇଁ ଭାରତୀୟ ଖେଳାଳି ଚୟନ ଖୁବ୍‌ ଶୀଘ୍ର ହେବ ଏବଂ ନିକଟରେ ଶେଷ ହୋଇଥିବା ଘରୋଇ ଟ୍ୱେଣ୍ଟି-୨୦ରେ ପ୍ରଦର୍ଶନକୁ ବିଚାରକୁ ନିଆଯିବ ବୋଲି ବିସିସିଆଇ କହିଛି । ଗତବର୍ଷ କୋଭିଡ୍‌ ପାଇଁ ଏହି ପ୍ରତିଯୋଗିତା ବାତିଲ ହୋଇଥିଲା ।

Get real time updates directly on you device, subscribe now.