Raksha Bandhan 2023: HRTC ବସରେ ଦିନସାରା ମାଗଣାରେ ଯାତ୍ରା କରିପାରିବେ ମହିଳା, ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମିଳିବ ଏହି ସୁବିଧା
ନୂଆଦିଲ୍ଲୀ: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିମାଚଳ ପ୍ରଦେଶରେ ମା ଏବଂ ଭଉଣୀମାନେ ବସ୍ରେ ମାଗଣାରେ ଯାତ୍ରା କରିପାରିବେ । ରକ୍ଷାବନ୍ଧନର ଶୁଭ ଅବସରରେ ଭଉଣୀମାନେ ହିମାଚଳ ପଥ ପରିବହନ ନିଗମ ବସ୍ ରେ ଏହି ସୁବିଧା ପାଇବେ ।
ଦୁର୍ଗମ ଅଞ୍ଚଳରେ ଥିବା ଭାଇଙ୍କ ନିକଟରେ ରାଖୀ ବାନ୍ଧିବା ପାଇଁ ପହଞ୍ଚୁଥିବା ଭଉଣୀମାନଙ୍କ ପାଇଁ ସରକାର ଏହି ସୁବିଧା ଦେଇଛନ୍ତି । ୨୦୧୨ ମସିହାରେ ତତ୍କାଳୀନ ଧୁମଲ ସରକାର ରକ୍ଷାବନ୍ଧନ ଏବଂ ଭାଇ ଦୁଜରେ ମା ଏବଂ ଭଉଣୀମାନଙ୍କୁ ମାଗଣା ବସ୍ ସୁବିଧା ଯୋଗାଇ ଦେଇଥିଲେ ।
ଏଚଆରଟିସିର ସାଧାରଣ ବସରେ ମିଳିବ ଏହି ସୁବିଧା :-
ହିମାଚଳ ସଡକ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ରୋହନ ଚାନ୍ଦ ଠାକୁର କହିଛନ୍ତି ଯେ, ରକ୍ଷାବନ୍ଧନ ଶୁଭ ଅବସରରେ ହିମାଚଳ ପ୍ରଦେଶର ସମସ୍ତ ସାଧାରଣ ବସରେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମସ୍ତ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯିବ । ଏହି ସୁବିଧା କେବଳ ରାଜ୍ୟରେ ଉପଲବ୍ଧ ହେବ ଏବଂ ଭଲଭୋ ବସ୍ ରେ ଯାତ୍ରା କରିବା ପାଇଁ ଭଡା ଅନ୍ୟ ଯାତ୍ରୀଙ୍କ ପରି ଦେବାକୁ ପଡିବ । ସୂଚନାଯୋଗ୍ୟ ଯେ, ସାଧାରଣ ଦିନରେ ମଧ୍ୟ ହିମାଚଳ ପ୍ରଦେଶର ମହିଳାମାନଙ୍କ ପାଇଁ ଏଚଆରଟିସି ବସରେ ୫୦ ପ୍ରତିଶତ ରିହାତି ରହିଛି ।
हिमाचल पथ परिवहन निगम दिनांक 30.08.2023 को रक्षाबंधन के पवित्र अवसर पर हिमाचल प्रदेश के भीतर साधारण बसों में सभी महिलाओं को मुफ़्त यात्रा की सुविधा प्रदान की जाएगी। ये सुविधा सभी महिलाओं को सूर्योदय से सूर्यास्त तक प्रदान की जाएगी।#hrtc #RakshaBandhan2023 #HimachalPradesh pic.twitter.com/oCQKxAsyz6
— HRTC (@HRTC_529) August 29, 2023