fbpx

ଉପ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଋତୁସ୍ରାବ ପାଇଁ ମହିଳାଙ୍କୁ ମିଳିବ ଗୋଟିଏ ଦିନ ଛୁଟି

ଓଡ଼ିଶା ଭାସ୍କର: ମହିଳାଙ୍କ ପାଇଁ ଆଶ୍ୱସ୍ତିକର ଖବର । ଋତୁସ୍ରାବ ପାଇଁ ମିଳିବ ଗୋଟିଏ ଦିନ ଛୁଟି । ଏନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉଭୟ ଘରୋଇ ଏବଂ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ । ତେବେ ଏହି ଛୁଟି ଅପସନାଲ୍ ରହିବ ଏବଂ ଯେକୌଣସି ଗୋଟିଏ ଦିନ ଛୁଟି ନେଇପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

କେରଳ ଓ ବିହାରରେ ଏହି ନିୟମ ପୂର୍ବରୁ ଲାଗୁ ହୋଇଛି । ୧୯୯୧ରୁ ବିହାରରେ ମହିଳାଙ୍କ ପାଇଁ ପିରିୟଡ୍ ଲିଭ୍ ଲାଗୁ ହୋଇଥିଲା । ତତ୍କାଳୀନ ଲାଲୁ ସରକାର ଦୁଇ ଦିନିଆ ଛୁଟି ଘୋଷଣା କରିଥିଲେ । ସେହିପରି ଜାନୁଆରୀରୁ କେରଳରେ ଲାଗୁ ହୋଇଛି ଋତୁସ୍ରାବ ଛୁଟି । ରିପୋର୍ଟରୁ ପ୍ରକାଶ ୮ଟି ଦେଶରେ ମହିଳାଙ୍କୁ ମିଳୁଛି ଋତୁସ୍ରାବ ଛୁଟି ।

Get real time updates directly on you device, subscribe now.