fbpx

ବେକାର ଭାବି ଲଟେରି ଟିକେଟକୁ ଫିଙ୍ଗିଦେଇଥିଲେ: ସଚ୍ଚୋଟ ଦୋକାନୀଙ୍କ ପାଇଁ ମହିଳା ଜିତିଲେ ୭ କୋଟିର ପୁରସ୍କାର

Advertisement

ନ୍ୟୁୟର୍କ: ବର୍ତ୍ତମାନର ସମୟରେ ଆମେରିକାରେ ଜଣେ ଭାରତୀୟ ପରିବାରଙ୍କ ପ୍ରଶଂସା ଜୋରଦାର ହେଉଥିବା ଦେଖାଯାଇଛି । ଗୋଟିଏ ଲଟେରି ଟିକେଟକୁ ଜଣେ ମହିଳା ବେକାର ଭାଙ୍ଗି ଫିଙ୍ଗିଦେଇ ଚାଲିଯାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଜଣେ ଭାରତୀୟ ଦୋକାନୀଙ୍କ ଇମାନଦାରୀ କାର୍ଯ୍ୟ ଯୋଗୁଁ ମହିଳା ଜଣଙ୍କ କୋଟିପତି ହୋଇପାରିଛନ୍ତି । ମହିଳା ଜଣକ ଫୋପାଡ଼ି ଦେଇଥିବା ଲଟେରୀରେ ୭ କୋଟି ଟଙ୍କାର ପୁରସ୍କାର ଜିତିପାରିଛନ୍ତି ।

ଲି ରୋଜ ଫିଏଗା ନାମକ ଜଣେ ମହିଳା ଗୋଟିଏ ଦୋକାନରୁ ଲଟେରି ଟିକେଟ କିଣିଥିଲେ । ଏହି ଦୋକାନର ମାଲିକ ଥିଲେ ଜଣେ ଭାରତୀୟ ବଂଶଧର । ତେବେ ଫିଏଗା ଅଧିକାଂଶ ସମୟରେ ସେହି ଦୋକାନରୁ ଲଟେରି କିଣୁଥିଲେ । ବ୍ୟସ୍ତ ଥିବାରୁ ଫିଏଗା ଟିକେଟକୁ ଭଲଭାବରେ ନ ଦେଖି ତରତରରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ । ଏହାପରେ ଦୋକାନ ମାଲିକଙ୍କ ପୁଅଙ୍କ ନଜର ସେହି ଟିକେଟ ଉପରେ ପଡ଼ିଥିଲ ଓ ସେ ଜାଣିପାରିଥିଲେ ସେ ସେ ଲଟେରୀରେ ୭ କୋଟି ପୁରସ୍କାର ରହିଛି । ଏହାପରେ ଦୋକାନୀ ଜଣକ ଫିଏଗାଙ୍କୁ ଟିକେଟ ଫେରାଇ ଦେଇଥିଲେ । ପୁରସ୍କାର ଜିତିଥିବା ଖବର ଜାଣିବା ପରେ ଫିଏଗା ଆଶ୍ଚର୍ଯ୍ୟ ହୋଇଯିବା ସହ ଦୋକାନୀଙ୍କୁ ଆଲିଙ୍ଗନ କରିଥିଲେ । ତେବେ ଭାରତୀୟ ପରିବାରଙ୍କର ଏତାଦୃଶ ମହାନ କାର୍ଯ୍ୟ ପାଇଁ ସମସ୍ତେ ପ୍ରଶଂସା କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.