fbpx

୨୦୨୨-୨୫ ମହିଳା କ୍ରିକେଟ୍‌ ଏଫ୍‌ଟିପି ଘୋଷିତ: ଭାରତ ଖେଳିବ ୨ଟେଷ୍ଟ, ୨୭ଦିନିକିଆ ଓ ୩୬ ଟି-ଟ୍ୱେଣ୍ଟି ମ୍ୟାଚ୍‌

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳ କମନୱେଲଥ ଗେମ୍ସ ୨୦୨୨ରେ ଏକ ଭଲ ଖେଳ ପ୍ରଦର୍ଶନ କରିଛି । ଯେଉଁଭଳି ଭାବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଏକ ମହାନ ଅଧିନାୟକତ୍ୱ କରିଛନ୍ତି, ତାଙ୍କୁ ପ୍ରଶଂସା କରିବାର ଅଛି । କେବଳ ଏତିକି ନୁହେଁ, କମନୱେଲଥ ଗେମ୍ସ ୨୦୨୨ରେ ଦଳର ଓପନର୍‌ ସ୍ମୃତି ମନ୍ଧନା ଯେପରି ବ୍ୟାଟିଂ କରିଛନ୍ତି ତାହା ନୂତନ ଖେଳାଳିଙ୍କ ପାଇଁ ବହୁତ ସାହାଯ୍ୟ କରିବ ।

ମଙ୍ଗଳବାର ଆଇସିସି ମହିଳା କ୍ରିକେଟର ଭବିଷ୍ୟତ କାର୍ଯ୍ୟକ୍ରମ ପ୍ରକାଶ କରିଛି । ଭାରତୀୟ ମହିଳା ଦଳ ୨୦୨୩-୨୪ ସିଜନରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବିକ୍ଷରେ ପ୍ରତ୍ୟେକ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିବେ । ମେ ୨୦୨୨ ରୁ ଏପ୍ରିଲ୍‌ ୨୦୨୫ ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳ କେବଳ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବ । କେବଳ ଏତିକି ନୁହେଁ, ଆସନ୍ତା ତିନି ବର୍ଷର ଯୋଜନା ଅନୁଯାୟୀ ଭାରତୀୟ ମହିଳା ଦଳ ବିଦେଶରେ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳିବ ନାହିଁ ।

ଭାରତୀୟ ମହିଳା ଦଳକୁ ୨୦୨୩-୨୪ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ପଡିବ । ଏହା ସହିତ ଭାରତୀୟ ମହିଳା ଦଳ ୨୩ ଟି ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ । ଯାହା ସେପ୍ଟେମ୍ବର ୨୦୨୩ ରୁ ଦକ୍ଷିଣ ଆଫ୍ରିକା ବି କ୍ଷରେ ତିନୋଟି ଦିନିକିଆ ଏବଂ ତିନୋଟି ଟି -୨୦ ମ୍ୟାଚ୍‌ ସହିତ ଆରମ୍ଭ ହେବ । ଏହି ସିରିଜ୍‌ ପରେ ଭାରତୀୟ ମହିଳା ଦଳ ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ଖେଳିବ । ଏହା ପରେ ଇଂଲଣ୍ଡ ଦଳ ଡିସେମ୍ବର ମାସରେ ଇଣ୍ଡିଆ ଗସ୍ତ କରିବ । ଯେଉଁଠାରେ ଦୁଇ ଦଳ ମଧ୍ୟରେ ଏକ ଟେଷ୍ଟ ଏବଂ ତିନି ମ୍ୟାଚ୍‌ ବିଶିଷ୍ଟ ଟି – ୨୦ ସିରିଜ୍‌ ଖେଳାଯିବ । ଅକ୍ଟୋବରରେ ଏସିଆ କପରେ ଭାରତୀୟ ମହିଳା ଦଳ ମଧ୍ୟ ଭାଗ ନେବେ । ଏଥର ଏସିଆ କପ୍‌ ଟି – ୨୦ ଫର୍ମାଟରେ ଖେଳାଯିବ ।

ଗତ ବର୍ଷ କରୋନା କାରଣରୁ ସ୍ଥଗିତ ରଖାଯାଇଥିଲା, ଯାହା ବର୍ତ୍ତମାନ ଖେଳାଯିବ । ଏସିଆ କପ୍‌ ସମ୍ପର୍କରେ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଆଇସିସି ଦ୍ୱାରା ପ୍ରକାଶିତ ଏଫଟିପି  ଅନୁଯାୟୀ ଭାରତୀୟ ମହିଳା ଦଳ ଘରୋଇ ତଥା ବାହାରେ ଦ୍ୱିପାକ୍ଷିକ ଭ୍ରମଣରେ ୨୭ ଟି ଦିନିକିଆ ଏବଂ ୩୬ ଟି -୨୦ ମ୍ୟାଚ୍‌ ଖେଳିବେ । ଏଥିରେ ଏକ ଟି -୨୦ ଟ୍ରାଇ-ସିରିଜ୍‌ ମଧ୍ୟ ଅନ୍ତର୍ଭୁକ୍ତ । ଭାରତୀୟ ମହିଳା ଦଳ ୨୦୨୪ କ୍ୟାଲେଣ୍ଡରରେ ଅଧିକ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇବେ ନାହିଁ । ୨୦୨୪ ପ୍ରାରମ୍ଭରେ ଭାରତ ଗସ୍ତରୁ ଫେରିବା ପରେ ଅଷ୍ଟ୍ରେଲିଆ ଦଳ ଘରେ ଭାରତୀୟ ଦଳରୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ । ଏହି ସିରିଜ୍‌ ପରେ ଟିମ୍‌ ଇଣ୍ଡିଆ ଭାରତରେ ୱେଷ୍ଟଇଣ୍ଡିଜ୍‌ ବି କ୍ଷରେ ତିନୋଟି ଦିନିକିଆ ଏବଂ ତିନୋଟି ଟି -୨୦ ମ୍ୟାଚ୍‌ ଖେଳିବ । ଭାରତୀୟ ଦଳ ୨୦୨୫ରେ ଆୟର୍ଲାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ଏବଂ ତିନୋଟି ଟି -୨୦ ମ୍ୟାଚ୍‌ ଖେଳିବ । ଏହି ସିରିଜ୍‌ ପରେ ଭାରତ ଏପ୍ରିଲରେ ଦିନିକିଆ ବିଶ୍ୱକପ୍‌ ଆୟୋଜନ କରିବ ।

Get real time updates directly on you device, subscribe now.