fbpx

୧୯ ବର୍ଷୀୟ ମହିଳା ଖେଳାଳି ନେଲେ ୭ ୱିକେଟ: ବିପକ୍ଷ ଟିମ୍ ୫୩ ରନରେ ସୀମିତ,ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବୟସ ମାତ୍ର ୧୯ । ତେବେ ଗୋଟିଏ ମ୍ୟାଚରେ ୭ ୱିକେଟ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଷ୍ଟେଲ୍ଲା କ୍ୟାମ୍ପବେଲ । କ୍ୟାମ୍ପବେଲ ମାତ୍ର ୮ ଓଭର ବୋଲିଂ କରି ୭ଟି ୱିକେଟ ଅକ୍ତିଆର କରିଥିଲେ । ଷ୍ଟେଲାଙ୍କ ଘାତକ ବୋଲିଂ ବଳରେ ତାଙ୍କ ଟିମ୍ ଏହି ମ୍ୟାଚକୁ ୨୦୭ ରନରେ ଜିତି ନେଇଛି । ଅଷ୍ଟ୍ରେଲିଆର ଲିଷ୍ଟଏ ମହିଳା ୧୯ ବର୍ଷରୁ କମ ଟୁର୍ଣ୍ଣାମେଣ୍ଟରେ ଏହି ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ଷ୍ଟେଲା ୮ ଓଭର ବୋଲିଂ କରିଥିବା ବେଳେ ମାତ୍ର ୨୫ ରନ ବ୍ୟୟରେ ୭ଟି ୱିକେଟ ଅକ୍ତିଆର କରିଥିଲେ । ନ୍ୟୁ ସାଉଥ୍ ୱେଲ୍ସ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୨୬୦ ରନ କରିଥିଲା । ଅଧିନାୟିକା ରାଚେଲ ହେନ୍ସ ୧୩୨ ବଲ ଖେମଳି ୧୧୮ ରନ କରିଥିଲେ । ତେବେ ଷ୍ଟେଲାଙ୍କ ଘାତକ ବୋଲିଂ କାରଣରୁ କ୍ୟାପିଟାଲ ମାତ୍ର ୫୩ ରନରେ ଅଲଆଉଟ ହୋଇଥିଲା ।

Get real time updates directly on you device, subscribe now.