କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସର ନିର୍ମାଣଧୀନ କୋଠାର ୬ ମହଲାରୁ ପଡ଼ି ଶ୍ରମିକ ମୃତ
ମୃତ ଶ୍ରମିକ ଜଣକ ବାହାର ରାଜ୍ୟର ବୋଲି ସୂଚନା।
କଟକ: ୬ ମହଲାରୁ ପଡ଼ି ଶ୍ରମିକ ମୃତ। ମହାବିଦ୍ୟାଳୟ କ୍ୟାମ୍ପସରେ ଘଟିଗଲା ଅଘଟଣ। କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ତିଆରି ହେଉଥିଲା ଘର। ଏକ ୬ ମହଲା ଘରର ନିର୍ମାଣ କାର୍ଯ୍ୟ ଜାରି ରହିଥିଲା।
ବାହାର ରାଜ୍ୟର ଶ୍ରମିକ ଏଠାରେ କାମ କରୁଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣେ କୌଣସି କାରଣ ବସତଃ ୬ ମହଲା କୋଠା ଉପରୁ ତଳକୁ ଖସି ପଡିଥିଲେ। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାଁ ସୃଜୟ କୁମାର। ବୟସ ୨୦ ବର୍ଷ।
ନିର୍ମାଣଧୀନ କୋଠାର ୬ ମହଲାରୁ ତଳକୁ ପଡ଼ି ଯିବାରୁ ଶ୍ରମିକ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଶ୍ରମିକ ଜଣକ ବିହାରର ବୋଲି କୁହାଯାଉଛି। ମୃତ ଶ୍ରମିକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ SCB ପଠାଯାଇଛି।