CWC 2023 Prize Money: ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ପାଇଲା ଏତିକି କୋଟିର ପୁରସ୍କାର, ଜାଣନ୍ତୁ ଭାରତର ପ୍ରାଇଜ ମନି କେତେ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ୱାର୍ଲଡ କପ ନିଜ ନାମରେ କରିଛି । ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ଚାମ୍ପିଆନ ପରି ଖେଳିଛି ଏବଂ ରବିବାର ଦିନ ଅହମଦାବାଦରେ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ପାଖରେ ସର୍ବାଧିକ ୱାର୍ଲଡ କପ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ବିଜେତା ଦଳ ଏବଂ ଭାରତୀୟ ଦଳଙ୍କୁ କେତେ ଟଙ୍କାର ଉପହାର ଦିଆଯାଇଛି ।
ଆଇସିସି କ୍ରିକେଟ ବିଶ୍ୱ କପ ୨୦୨୩ରେ ଫାଇନାଲ ବିଜେତା ଅଷ୍ଟ୍ରେଲିଆକୁ ୪ ମିଲିୟନ ଡଲାର ଅର୍ଥାତ ୩୩ କୋଟି ଟଙ୍କା ମିଳିଛି । ଅନ୍ୟପକ୍ଷେ ପରାଜୟ ବରଣ କରିଥିବା ଟିମକୁ ୨ ମିଲିୟନ ଡଲାର ଅର୍ଥାତ ୧୬.୫ କୋଟି ଟଙ୍କା ମିଳିଛି । ଏହା ବ୍ୟତୀତ ହାରିଯାଇଥିବା ଟିମମାନଙ୍କୁ ଯେପରିକି ସେମିଫାଇନାଲିଷ୍ଟ-ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡକୁ ୧୦ ମିଲିୟନ ଡଲାର ସମୁଦାୟ ପୁରଷ୍କାର ରାଶିରେ ପ୍ରତ୍ୟେକଙ୍କୁ ୮୦୦,୦୦୦ ଡଲାର ଅର୍ଥାତ ୬ କୋଟି ଲେଖାଏଁ ମିଳିଛି ।
ଗ୍ରୁପ ଫେଜରେ ପ୍ରତ୍ୟେକ ମ୍ୟାଚର ବିଜେତାମାନଙ୍କୁ ୪୦,୦୦୦ ଅମେରିକୀୟ ଡଲାର ଅର୍ଥାତ ୩୩ ଲକ୍ଷ ଟଙ୍କା ଏବଂ ସେମିଫାଇନାଲ ପାଇଁ କ୍ୱାଲିଫାଏ ନ କରିଥିବା ୬ଟି ଟିମକୁ ୧୦୦,୦୦୦ ଅମେରିକା ଡଲାର ଅର୍ଥାତ ୮୨ ଲକ୍ଷ ଟଙ୍କା ମିଳିଛି । ବିଶ୍ୱ କପ ଭାରତ ଅଧ୍ୟକ୍ଷତାରେ ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା, ଯେଉଁଥିରେ ୪୫ ଲିଗ ମ୍ୟାଚ ଏବଂ ୩ଟି ନକଆଉଟ ମ୍ୟାଚ ସାମିଲ ଥିଲା ।
ଫାଇନାଲ ମ୍ୟାଚରେ ଭାରତୀୟ କ୍ରିକେଟରମାନେ ବ୍ୟାଟିଂ କରିଥିଲେ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ସେମାନେ ୨୪୧ ରନର ଲକ୍ଷ ରଖିଥିଲେ । ଭାରତ ପାଇଁ ବିରାଟ କୋହଲି ଏବଂ କେଏଲ ରାହୁଲ ଅର୍ଦ୍ଧଶତକ ରନ କରିଛନ୍ତି, ଯେତେବେଳେ ରୋହିତ ଶର୍ମା ୩୧ ବଲରେ ୪୭ ରନ କରିଥିଲେ । ଏହାର ପ୍ରତି ଉତ୍ତରରେ ଅଷ୍ଟ୍ରେଲିଆ କେବଳ ୪୩ ଓଭର ଲକ୍ଷ ହାସଲ କରିଛନ୍ତି । ଏହାର ଜବାବରେ ଅଷ୍ଟ୍ରେଲିଆ କେବଳ ୪୩ ଓଭରକୁ ଲକ୍ଷ ହାସଲ କରିଥିଲେ, ଯେଉଁଥିରେ ଟ୍ରେବିସ ହେଡ୍ ୧୨୦ ବଲରେ ୧୪୭ ରନ କରି ଶୀର୍ଷ ସ୍କୋର କରିଛନ୍ତି ।