fbpx

ବିଶ୍ୱକପ୍ ଟିକେଟ୍ ପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ, ଜାଣନ୍ତୁ କିପରି କିଣିବେ ନିଜର ଟିକେଟ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ସୂଚୀ ଘୋଷଣା କରିଛି ଆନ୍ତର୍ଜାତୀୟ କ୍ରିକେଟ୍ କାଉଂସିଲ୍‌(ଆଇସିସି) । ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୫ ତାରିଖରେ ଆରମ୍ଭ ହେବ । ଯେତେବେଳେ କି ଫାଇନାଲ ମୁକାବିଲା ୧୯ ନଭେମ୍ବରରେ ଅନୁଷ୍ଠିତ ହେବ ।

ନୁଆ ସୂଚୀ ଅନୁଯାୟୀ ଭାରତ-ପାକିସ୍ତାନ ସମେତ ୯ ମ୍ୟାଚ୍ ତାରିଖ ପରିବର୍ତ୍ତନ କରାଯାଇଛି । ଏହା ସହିତ ଆଇସିସି ବିଶ୍ୱକପ୍ ଟିକେଟ୍ ବିକ୍ରି ସମ୍ପର୍କରେ ଘୋଷଣା କରିଛି । ଏଥିପାଇଁ ସର୍ବପ୍ରଥମେ ପ୍ରଶଂସକମାନଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ । ଏହାପରେ ସେମାନେ ଟିକେଟ୍ କିଣୀପାରିବେ । ଏହି ରେଜିଷ୍ଟ୍ରେସନ୍ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବ ।

ଏଥିପାଇଁ ପ୍ରଶଂସକମାନଙ୍କୁ ଆଇସିସି ୱେବସାଇଟ୍ www.cricketworldcup.com/register ବ୍ୟତିତ ଅଫିସିଆଲ ଟିକେଟ୍ ପାର୍ଟର୍ର୍ସ ମାନଙ୍କ ୱେବସାଇଟ୍ ଯାଇ ମଧ୍ୟ ଟିକେଟ୍ ବୁକିଂ କରିପାରିବେ । ରେଜିଷ୍ଟ୍ରେସନ୍ ପାଇଁ ନାଁ, ଠିକଣା ଦେଶ ଭଳି ସାମାନ୍ୟତମ ସୂଚନା ଦେବାକୁ ପଡ଼ିବ । ତେବେ ପଞ୍ଜିକରଣ କରିବା ପରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଟିକେଟ୍ ବୁକିଂ କରିବାକୁ ଅପେକ୍ଷା କରିବାକୁ ପଡ଼ିବ ।

ବିଶ୍ୱକପ୍ ପାଇଁ ଟିକେଟ୍ ବୁକିଂ ଅଲଗା ଅଲଗା ପର୍ଯ୍ୟାୟ ଦେଇ ହେବ । ପ୬ଥମ ଦିନ ପ୍ରଶଂସକମାନେ ସମସ୍ତ ବିଦେଶୀ ଟିମ୍‌ର ଅଭ୍ୟାସ ମ୍ୟାଚ୍ ଏବଂ ବିଶ୍ୱକପ୍ ମେନ୍ ମ୍ୟାଚ୍ ପାଇଁ ଟିକେଟ୍ ଉପଲବ୍ଧ ହେବ । କେବଳ ଭାରତୀୟ ଟିମ୍ ମ୍ୟାଚ୍ ଛାଡ଼ି ବାକି ସମସ୍ତ ମ୍ୟାଚ୍ ପାଇଁ ଟିକେଟ୍ ଉପଲବ୍ଧ ହେବ ।

ତେବେ ଅନେକ ଅପେକ୍ଷା ପରେ ଭାରତୀୟ ଅଭ୍ୟାସ ମ୍ୟାଚ୍ ଏବନ୍ୱିଶଯବକପ୍ ମେନ୍ ମ୍ୟାଚ୍ ଟିକେଟ୍ ବିକ୍ରି ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହୋଇ ୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ହେବ । ସେହିଭଳି ସେମିଫାଇନାଲ ମ୍ୟାଚ୍ ଟିକେଟ୍ ୧୫ ସେପ୍ଟେମ୍ବରକୁ କିଣିପାରିବେ । ଟିକେଟ୍ ବୁକିଂ କରିବା ପରେ ପ୍ରଶଂସକଙ୍କୁ ଷ୍ଟାଡିୟମରେ ଏଣ୍ଟ୍ରି କରିବା ପାଇଁ ଏହାର କପି ଆବଶ୍ୟକ ହେବ । ଏଥିପାଇଁ ମ୍ୟାଚ୍ ଆୟୋଜନ କରୁଥିବା ସହରରେ ଟିକେଟ୍ ସଂଗ୍ରହ କରିବା ପାଇଁ କାଉଣ୍ଟର ଖୋଲାଯିବ ।

Get real time updates directly on you device, subscribe now.