fbpx

ବିଶ୍ୱ ଖାଦ୍ୟ ଦିବସ: ଦେଶରେ ପ୍ରତିବର୍ଷ ୪୦ ପ୍ରତିଶତ ଖାଦ୍ୟ ହୁଏ ଖରାପ, ୨୦ କୋଟି ଶୁଅନ୍ତି ଖାଲି ପେଟରେ

Advertisement

ନୂଆଦିଲ୍ଲୀ: ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସରେ ଭାରତ, ୧୧୬ଟି ଦେଶ ମଧ୍ୟରେ ୯୧ତମ ସ୍ଥାନରୁ ଖସି ୧୦୧ ସ୍ଥାନକୁ ଖସିଆସିଛି । ଆଜି ହେଉଛି ବିଶ୍ୱ ଖାଦ୍ୟ ଦିବସ । ଜାତି ସଂଘର ଏକ ସଂସ୍ଥା ଫୁଡ୍ ଆଣ୍ଡ ଆଗ୍ରିକଲ୍ଚର୍ ଅର୍ଗାନାଇଜେସନ୍(ଏଫଏଓ) ର ରିପୋର୍ଟ ଅନୁସାରେ, ବିଶ୍ୱବ୍ୟାପୀ ୬୯ କୋଟିରୁ ଅଧିକ ଲୋକ ଖାଲି ପେଟରେ ଭୋକରେ ଶୋଇଥାନ୍ତି । ଭାରତରେ ଖାଦ୍ୟ ଅଭାବରେ ପ୍ରତିଦିନ ଖାଲି ପେଟରେ ଶୋଉଥିବା ଲୋକଙ୍କ ସଂଖ୍ୟା ୨୦ କୋଟି । ତେବେ ଏହି ସ୍ଥିତି ସେବେ ଠାରୁ ରହିଛି ଯେଉଁ ସମୟରୁ ୪୦ ପ୍ରତିଶତ ଖାଦ୍ୟର ରକ୍ଷଣାବେକ୍ଷଣ ଏବଂ ଯୋଗାଣ ବ୍ୟବସ୍ଥା ହୋଇପାରିନାହିଁ । ଏହି କାରଣରୁ ଅନେକ ଖାଦ୍ୟ ଖରାପ ହେଉଛି କିନ୍ତୁ ଅନ୍ୟପଟେ ଲୋକଙ୍କୁ ଖାଦ୍ୟ ମିଳିପାରୁନି ।

ତେବେ ଏଫଏଓ ପକ୍ଷରୁ ଚଳିତ ର୍ବର୍ଷର ଥିମ୍ ରହିଛି, ଗ୍ରୋ, ନରିସ୍, ସଷ୍ଟେନ୍, ଓଭର୍ ଆକ୍ସନ୍ ଅର୍ ଓଭର୍ ଫ୍ୟୁଚର୍ ରଖାଯାଇଛି । ଏହାର ଅର୍ଥ ହେଉଛି ପୋଷଣ, ପାଳନ ଓ ବୃଦ୍ଧି କରିବା, ଆମର ଚେଷ୍ଟା ହିଁ ହେଉଛଇ ଆମ ଭବିଷ୍ୟତ । ଏଫଏଓର କହିବାନୁସାରେ, ଦୁନିଆରେ ୧୪ ପ୍ରତିଶତ ଖାଦ୍ୟ ପଦାର୍ଥ ଏଥିପାଇଁ ଖରାପ ହୋଇଥାଏ କାରଣ କାଟିବା, ରଖିବା ଓ ଯୋଗାଣ କରିବାରେ ସମୋଚିତ ବ୍ୟବସ୍ଥା ନାହିଁ । ସେହିପରି ୧୭ ପ୍ରତିଶତ ଖାଦ୍ୟ ପଦାର୍ଥ ଉପଭୋକ୍ତା ସ୍ତରରେ ଖରାପ ହୋଇଥାଏ । ଯଦି ଏହି କ୍ଷତିକୁ ରୋକାଯାଇପାରିବ ତେବେ ଦୁନିଆରେ ଅନେକ ଗରିବ ଓ ନିରାଶ୍ରୟ ଲୋକ ଦିମୁଠା ଖାଇବାକୁ ପାଇପାରିବେ ।

ଦୁନିଆରେ ୪୦ ପ୍ରତିଶତ ଜନସଂଖ୍ୟା ପୋଷଣଯୁକ୍ତ ଖଦ୍ୟ ନେଇପାରନ୍ତି ନାହିଁ । ୨୦ ଲକ୍ଷ ଲୋକ ଖରାପ ଖାଦ୍ୟପେୟ ଏବଂ ଅନିୟମିତ ଜୀବନ ଶୈଳୀ ପାଇଁ ମୋଟାପଣର ଶିକାର ହୋଇଥାନ୍ତି । ଖାଲି ସେତିକ ନୁହେଁ ୩୩ ପ୍ରତିଶନ ଗ୍ରୀନ ହାଉସ୍ ଗ୍ୟାସ୍ ନିର୍ଗତ ପାଇଁ ଖାଦ୍ୟ ବ୍ୟବସ୍ଥା ଦାୟୀ । ଭାରତରେ କୋଟି କୋଟି ଲୋକ ଭୋକରେ ଶୟନ କରିଥାନ୍ତି । କାରଣ ଦେଶରେ ପ୍ରତି ବର୍ଷ ବ୍ୟକ୍ତି ପିଛା ୫୦ କିଲୋ ଖାଦ୍ୟ ନଷ୍ଟ ହୁଏ । ଆମେରିକାରେ ପ୍ରତିବର୍ଷ ଜଣେ ଜଣେ ବ୍ୟକ୍ତି ୫୯ କିଲୋ ଖାଦ୍ୟ ନଷ୍ଟ କରନ୍ତି । େିବେ ଏହି କ୍ରମରେ ସବୁଠାରୁ ଆଗରେ .ରହିଛି ଚୀନ । ସେଠାରେ ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ୬୪ କିଲୋ ଖାଦ୍ୟ ବର୍ବାଦ୍ କରନ୍ତି ।

Get real time updates directly on you device, subscribe now.