World Liver Day: ଲିଭରରେ ଜମିଥିବା ଚର୍ବି ବାହାର କରିବାରେ ସାହାଯ୍ୟ କରନ୍ତି ଏହି ଖାଦ୍ୟ,ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
କିଡନୀ ପାଇଁ ଏଗୁଡ଼ିକ ସୁପରଫୁଡ୍ । ସୁସ୍ଥ କିଡନୀ, ସୁସ୍ଥ ଶରୀର ।
ଓଡ଼ିଶା ଭାସ୍କର: ପ୍ରତିବର୍ଷ ଏପ୍ରିଲ ୧୯ ତାରିଖକୁ ବିଶ୍ୱ ଯକୃତ ଦିବସ ଭାବେ ପାଳନ କରାଯାଏ । ଲୋକଙ୍କଠାରେ ଦେଖାଯାଉଥିବା ଲିଭର ସମ୍ବନ୍ଧୀୟ ରୋଗ ପାଇଁ ଏହି ଦିନକୁ ପାଳନ କରାଯାଏ ।
ଶରୀରରେ ଯକୃତ ବା ଲିଭର ବହୁତ କାମ କରେ । ଏହା ଖରାପ ହୋଇଗଲେ ଶରୀରରେ ଟକ୍ସିନ୍ ଜମା ହୋଇଯାଏ । ଆତି ୱାର୍ଲ୍ଡ ଲିଭର ର୍ଡେ ଅବସରରେ ଜାଣନ୍ତୁ ଲିଭରକୁ ସୁସ୍ଥ ରଖୁବାରେ ସାହାଯ୍ୟ କରୁଥିବା ସୁପର ଫୁଡ୍ ବିଷୟରେ…
ଡାର୍କ କଫି ପିଇବା ଦ୍ୱାରା ଲିଭରରେ ଜମା ହୋଇଥିବା ଫ୍ୟାଟ୍ ବାହାରିଯାଏ । କଫିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ ଯାହା ଲିଭରକୁ ହେଲ୍ଦି ବନେଇବାରେ ସାହାଯ୍ୟ କରେ ।
ସୁସ୍ଥ ଲିଭର ପାଇଁ ପ୍ରତିଦିନ ସେଓ ଖାଇବା ଜରୁରୀ । ସେଓରେ ପୋଟାସିୟମ, ଫାଇବର, ଭିଟାମିନ୍-ସି, ଭିଟାମିନ-କେ, କପର ସମେତ ପୋଷକ ତତ୍ତ୍ୱ ରହିଥାଏ ଯାହା ଲିଭର ସୁସ୍ଥ ରୁହେ ।
ବ୍ରୋକଲି ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହି ପରିବାରେ ଫାଇଭର ମାତ୍ରା ଅଧିକ ଥିବାରୁ କିହନୀ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ । ଏହା ଲିଭରକୁ ଡିଟକ୍ସ କରିବାରେ ସାହାଯ୍ୟ କରେ ।
ବିଟ୍ରେ ରହିଛି ଭିଟାମିନ୍-ସି ଏବଂ ନାଇଟ୍ରେଟ୍ ପ୍ରତୁର ମାତ୍ରାରେ ରହିଛି । ପ୍ରତିଦିନ ବିଟ୍ ଖାଇବା ଦ୍ୱାରା ଲିଭରରେବ୍ଲଡ୍ ଫ୍ଲୋ’ଭଲ ହୁଏ । ବାଦାମ୍ ମଧ୍ୟ କିଡନୀ ପାଇଁ ସୁପର ଫୁଡର କାମ କରେ । ପ୍ରତିଦିନ ୩୦ ଗ୍ରାମ ପିସ୍ତା, ବାଦାମ ଖାଇବା ଦ୍ୱାରା ଲିଭର ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।