fbpx

ଜାଲରେ ପଡ଼ିଲା ଦୁନିଆର ସବୁଠୁ ବଡ଼ ମଧୁର ଜଳର ମାଛ: ଓଜନ ୩୦୦ କେଜି, ଦେଖନ୍ତୁ Video

Advertisement

ନୂଆଦିଲ୍ଲୀ: କମ୍ବୋଡ଼ିଆର ମେକାଙ୍ଗ ନଦୀରୁ ମିଳିଛି ଦୁନିଆର ସବୁଠାରୁ ବଡ଼ ମଧୁର ଜଳର ମାଛ । ଏହା ଏକ ବିଶାଳ ଷ୍ଟିଂଗ୍ରେ ମାଛ, ଯାହାର ଓଜନ ପ୍ରାୟ ୩୦୦ କେଜି ହେବ ବୋଲି କୁହାଯାଉଛି । ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନ ସୁଦ୍ଧା ରେକର୍ଡ କରାଯାଇଥିବା ମଧୁର ଜଳ ମାଛ ମଧ୍ୟରେ ଏହା ସବୁଠାରୁ ବଡ଼ ।

ତେବେ ଜୁନ୍ ୧୩ରେ ଧରାଯାଇଥିବା ଏହି ମାଛର ଲମ୍ବ ୧୩ ଫୁଟ୍ ବୋଲି କୁହାଯାଉଛି । ଷ୍ଟଙ୍ଗ ଟ୍ରେଙ୍ଗ୍ ନାମକ ସ୍ଥାନ ନିକଟସ୍ଥ ଜଣେ ସ୍ଥାନୀୟ ମତ୍ସଜୀବୀ ଏହି ମାଛକୁ ଧରିଛନ୍ତି । ଏହି ମାଛର ଆକାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ସେ ବୈଜ୍ଞାନିକଙ୍କୁ ଖବର ଦେଇଥିଲେ ।

ବୈଜ୍ଞାନିକମାନେ କହିଛନ୍ତି ଯେ, ପୂର୍ବରୁ ଧରାଯାଇଥିବା ବିଶାଳ ମାଛର ଓଜନ ୨୯୩ କେଜି ଥିଲା । ସେହି ମାଛକୁ ୨୦୦୫ରେ ଥାଇଲାଣ୍ଡରେ ଧରାଯାଇଥିଲା । କିନ୍ତୁ ଏବେ ଧରାଯାଇଥିବା ମାଛର ଓଜନ ୭ କେଜି ଅଧିକ ରହିଛି । ଏହା ଏବେ ଦୁନିଆର ସବୁଠୁ ବଡ଼ ମାଛ ହେବାର ରେକର୍ଡ କରିଛି ।

Get real time updates directly on you device, subscribe now.