fbpx

ବିଶ୍ୱ ଫଟୋଗ୍ରାଫୀ ଦିବସ: ୧୮୨ ବର୍ଷ ତଳେ ଉଠାଯାଇଥିଲା ପ୍ରଥମ ସେଲ୍ଫୀ, ଜାଣନ୍ତୁ କିଛି ରୋଚକ ତଥ୍ୟ

Advertisement

ନୂଆଦିଲ୍ଲୀ: ଫଟୋଗ୍ରାଫୀ ହେଉଛି ଏମିତି ଏକ ଜିନିଷ ଯାହା ପ୍ରତ୍ୟେକଟି ମୁହୂର୍ତ୍ତକୁ ସ୍ମୃତି କରି ରଖିବାରେ ସାହାଯ୍ୟ କରେ । ଆମେ ସାଧାରଣ ଜୀବନରେ ପରିବାର ଓ ବନ୍ଧୁ ମାନଙ୍କ ଯାହାବି ଖୁସିର ସମୟ ବିତାଉ ସେସବୁକୁ ଏକ ଫଟୋରେ ସାଇତି କରି ରଖୁ । ଏହାକୁ ଏକ ଯାଦୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଆଜି ହେଉଛି ବିଶ୍ୱ ଫଟୋଗ୍ରାଫୀ ଦିବସ । ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖକୁ “ୱଲର୍ଡ ଫଟୋଗ୍ରାଫୀ ଡେ” ଭାବରେ ପାଳନ କରାଯାଇଥାଏ । ଦୁନିଆରେ ଫଟୋଗ୍ରାଫର୍ ଙ୍କୁ ପ୍ରୋତ୍ସାହିତ କରିବାପାଇଁ ଏହି ଦିବସକୁ ପାଳନ କରାଯାଏ । ଆଜିଠାରୁ ୨୫-୩୦ ବର୍ଷ ପୂର୍ବେ ଲୋକମାନଙ୍କ ପାଖରେ କ୍ୟାମେରା ନଥିଲା । ଯାହାଦ୍ୱାରା ସେମାନେ ନିଜର ଫଟୋ ଉତ୍ତୋଳନ କରିପାରିବେ । ହେଲେ ଆଜିକା ସମୟରେ ପ୍ରତିଟି ବ୍ୟକ୍ତିଙ୍କ ପାଖରେ ଗୋଟିଏ ପରେ ଗୋଟିଏ ଉନ୍ନତ ମାନର ଫଟୋ ରହିଛି ।

୧୮୩୯ ଜାନୁଆରୀ ୯ ତାରିଖରେ ଫ୍ରାନ୍ସରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରାଯିବା ପ୍ରଥମେ ଆରମ୍ଭ ହୋଇଥିଲା । ସେହି ସମୟରେ ଏକ ଫଟୋଗ୍ରାଫୀ ପ୍ରକ୍ରିୟା ଘୋଷଣା କରାଯାଇଥିଲା । ଯାହାକୁ ଡାଗୋରୋଟାଇପ୍ ପ୍ରକ୍ରିୟା କୁହାଯାଏ ଏବଂ ଏହି ପ୍ରକ୍ରିୟା ବିଶ୍ୱର ପ୍ରଥମ ଫଟୋଗ୍ରାଫି ପ୍ରକ୍ରିୟା ଭାବରେ ବିବେଚନା କରାଯାଏ । ଏହାକୁ ଫ୍ରାନ୍ସର ଜୋସେଫ ନାଇସଫୋର୍ ଏବଂ ଲୁଇସ୍ ଡାଗୋର୍ ଉଦ୍ଭାବନ କରିଥିଲେ। ଏହା ପରେ ସେହି ବର୍ଷ ଅଗଷ୍ଟ ୧୯ ରେ, ଫ୍ରାନ୍ସ ସରକାର ଏହି ଉଦ୍ଭାବନକୁ ଘୋଷଣା କରି ଏହାର ପେଟେଣ୍ଟ ହାସଲ କରିଥିଲେ । ଆଉ ଏହି ଦିନକୁ ବିଶ୍ୱ ଫଟୋଗ୍ରାଫୀ ଦିବସ ଭାବେ ପାଳନ କରାଯାଏ । ତେବେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଯେ, ୧୮୨ ବର୍ଷ ପୂର୍ବେ ୧୮୩୯ ମସିହାରେ ପ୍ରଥମେ ସେଲ୍ଫୀ ଉଠାଯାଇଥିଲା ।

Get real time updates directly on you device, subscribe now.