World’s Angriest Country! ଏଠାରେ ସମସ୍ତଙ୍କ ମୁଣ୍ଡ ଗରମ୍ କାହିଁକି? ଏ ହେଉଛି ଦୁନିଆର ସବୁଠୁ ରାଗୀ ଦେଶ

ନୂଆଦିଲ୍ଲୀ: ପୃଥିବୀରେ ଅନେକ ଦେଶ ଭିନ୍ନ ଭିନ୍ନ କାରୁକାର୍ଯ୍ୟ କରି ରେକର୍ଡ ସୃଷ୍ଟି କରିଛନ୍ତି । ବିଭିନ୍ନ ଦେଶ ପାଖରେ ଅଲଗା ଅଲଗା ରେକର୍ଡ ରହିଛି । କିନ୍ତୁ ପୃଥିବୀ ମାନଚିତ୍ରରେ ଗୋଟିଏ ଦେଶ ଏକ ବିରଳ ରେକର୍ଡ ନିଜ ନାମରେ କରିଛି । ଦୁନିଆର ସବୁଠାରୁ ରାଗୀ ଦେଶ ଭାବରେ ଅଦ୍ଭୁତ ରେକର୍ଡ ନିଜ ନାମରେ ସାମିଲ କରିଛି ଏହି ଦେଶ । ଏଠାକାର ଅଧିକାଂଶ ଲୋକ ଖୁବ୍ କମ୍ ସମୟରେ ରାଗି ଯାଆନ୍ତି । ମାତ୍ର ଅଳ୍ପ ସମୟ ଭିତରେ ଏମାନଙ୍କ ମୁଣ୍ଡ ଗରମ ହୋଇଯାଏ, ସେଥିପାଇଁ ଏହି ଦେଶକୁ ଦୁନିଆର ସବୁଠାରୁ ରାଗୀ ଦେଶ ବୋଲି କୁହାଯାଇଛି ।

ଗେଲପ ୨୦୨୪ ଗ୍ଲୋବାଲ ଇମୋସନ ରିପୋର୍ଟ ଅନୁସାରେ, ‘ମିଡିଲ ଇଷ୍ଟ ସ୍ୱିଜରଲାଣ୍ଡ’ ଲେବନାନର ଅଧିକାଂଶ ଲୋକେ ଖୁବ ରାଗୀ ହୋଇଥାନ୍ତି । ଏହାର ଆଖପାଖ ଦେଶ ତୁର୍କୀ ଏବଂ ଆର୍ମେନିଆ ଭଳି ପଡ଼ୋଶୀ ଦେଶ ମଧ୍ୟ ଖୁବ କ୍ରୋଧୀ ଏବଂ ଉତ୍ୟକ୍ତ ହୋଇଥାନ୍ତି । ତେବେ ଏହି ରାଗ ଏବଂ କ୍ରୋଧ ଏଠାକାର ସାମୁହିକ ସଂକଟକୁ ଇସାରା କରୁଛି । ଏହି ଦେଶରେ ମୋଟ ଜନସଂଖ୍ୟାର ପ୍ରାୟ ୪୯% ଲୋକ ଖୁବ କ୍ରୋଧୀ ହୋଇଥାନ୍ତି । ଏହାପରେ ତାଲିକାର ଦିତୀୟ ସ୍ଥାନରେ ରହିଛି ତୁର୍କୀ(୪୮%)ଏବଂ ତୃତୀୟରେ ଆର୍ମେନିଆ ରହିଛି । ଦେଶରେ ପ୍ରଚୁର ପରିମାଣରେ ରାଗୀ ଲୋକ ରହୁଥିବାରୁ ଏହି ୩ଟି ଦେଶ ଟପ୍-୩ରେ ରହିଛନ୍ତି । ଏହାପରେ ରାଗୀ ଦେଶ ତାଲିକାରେ ଇରାକ, ଆଫଗାନିସ୍ତାନ, ଜାଦ୍ରାନ, ମାଳି ଏବଂ ସିଏରା ଲିୟୋନ ଭଳି ଦେଶକୁ ସ୍ଥାନ ଦିଆଯାଇଛି । ଏହି ରିପୋର୍ଟରେ ଅଲ୍ ସାଲଭାଡୋର ଦୁନିଆର ସବୁଠାରୁ ଖୁସି ଧେଶ ବୋଲି ସୂଚନା ଦିଆଯାଇଛି ।

ଦେଶର ଭାବନାତ୍ମକ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥାଏ ଗେଲପର ଗ୍ଲୋବାଲ ଇମୋସନାଲ ରିପୋର୍ଟ । ସଦ୍ୟ ରିପୋର୍ଟରେ ୧୪୨ ଦେଶରେ ମୋଟେ ୧,୪୬,୦୦୦ ଲୋକଙ୍କ ସହ ଖଥାବାର୍ତ୍ତା କରି ୨୦୨୪ର ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଏଥିରେ କ୍ରୋଧ, ଷ୍ଟ୍ରେସ, ଚିନ୍ତା ଏବଂ ଉଦାସପଣ ଭଳି ଭାବନାକୁ ଟ୍ରାକ କରାଯାଇଥିଲା । ଏହି ରିପୋର୍ଟରେ ଲେବନାନକୁ ସବୁଠାରୁ ରାଗୀ ଦେଶ ବୋଲି କୁହାଯାଇଛି । ଗତବର୍ଷରୁ ଇସ୍ରାଏଲ ଏବଂ ହିଜବୁଲ୍ଲାହ ବିପକ୍ଷ ଯୁଦ୍ଧରେ ସାମିଲ ରହିଛି ଲେବନାନ । ସବୁଠାରୁ ରାଗୀ ଦେଶ ଭାବରେ ଏହି ରେକର୍ଡ ଲେବନାନରେ ରାଜନୈତିକ ଅରାଜକତା, ଆର୍ଥିକ ପତନ ଏବଂ ସାମାଜିକ ସମସ୍ୟାରେ ଫସି ରହିଥିବା ଜନତାଙ୍କ ସଂଘର୍ଷକୁ ଆଙ୍ଗୁଠି ଦେଖାଇଛି । ଦେଶରେ ପ୍ରାୟ ଅଧା ଲୋକ କ୍ରୋଧରେ ଜର୍ଜରିତ ହେଉଛନ୍ତି ।