fbpx

ଜେଲରୁ ମୁକୁଳିବେ ରେସଲର ସୁଶୀଲ କୁମାର! ଏହି ଅପିଲକୁ ମଞ୍ଜୁରୀ ଦେଲେ କୋର୍ଟ

ନୂଆଦିଲ୍ଲୀ: ରେସଲର ସାଗର ଧନଖେଡଙ୍କୁ ହତ୍ୟା ଅଭିଯୋଗରେ ସଜା କାଟୁଛନ୍ତି ରେସଲର ସୁଶୀଲ କୁମାର । କିନ୍ତୁ ଏବେ ତାଙ୍କର ଜେଲରୁ ମୁକୁଳିବାର ସମୟ ଆସିଯାଇଛି । ସୁଶୀଲଙ୍କର ଏକ ଅପିଲକୁ ମଞ୍ଜୁରୀ ଦେଇଛନ୍ତି ମାନ୍ୟବର କୋର୍ଟ । ଆସନ୍ତା ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନକୁ ମଞ୍ଜୁରୀ ମିଳିଯାଇଛି । କିନ୍ତୁ ୧୩ ତାରିଖ ପୁଣିଥରେ ଜେଳରେ ସରେଣ୍ଡର କରିବାକୁ ହେବ । ପତ୍ନୀଙ୍କ ଅସୁସ୍ଥତା ନେଇ ଜାମିନ ପାଇଁ ଆବେଦନ କରିଥିଲେ ରେସଲର ସୁଶୀଲ । ଏହାପରେ ରୋହିଣୀ କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ଅଧିବେଶନ ବିଚାରପତି ଶିବାଜୀ ଆନନ୍ଦ ସୁଶୀଲଙ୍କ ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଅନ୍ୟ ପକ୍ଷରେ ସୁଶୀଲଙ୍କ ଏହି ଜାମିନକୁ ବିରୋଧ କରିଛନ୍ତି ସାଗରଙ୍କ ପରିବାର । ତେଣୁ ଏହା ବିରୋଧରେ ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଜାଣିବାକୁ ମିଳିଛି । ଏହାପୂର୍ବରୁ ଦିଲ୍ଲୀର ଏକ ଅଦାଲତ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତଙ୍କୁ ପରୀକ୍ଷାରେ ସାମିଲ ହେବା ପାଇଁ ପେରୋଲର ଅନୁମତି ଦେଇଥିଲେ । ଅଭିଯୁକ୍ତ ଗୌରବ ଲାଉରା ନଭେମ୍ବର ୫ ଏବଂ ୯ ତାରିଖରେ ପରୀକ୍ଷାରେ ସାମିଲ ହେବା ପାଇଁ କଷ୍ଟଡୀ ବେଲ ବା ପେ ରୋଲ ପାଇଁ ଅପିଲ କରିଥିଲେ । ତେବେ ଏଥିପାଇଁ ଜେଲ ଅଧିକାରୀଙ୍କ ନିକଟରେ ୨୦ ହଜାର ଟଙ୍କା ଡିପୋଜିଟ କରିବାକୁ ହେବ । ଏବଂ ଏହାପରେ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି ।

ପୂର୍ବତନ ରାଷ୍ଟ୍ରୀୟ କୁସ୍ତି ଚମ୍ପିଆନ ସାଗର ଧନଖେଡଙ୍କ ହତ୍ୟା ମାମଲାରେ ଗୌରବ ଲାଉରା ଏବଂ ରେସଲର ସୁଶୀଲ କୁମାରଙ୍କ ସହିତ ଅନ୍ୟ ୧୫ ଜଣଙ୍କ ଉପରେ ଅଭିଯୋଗ ହୋଇଥିଲା । ଗତବର୍ଷ ମେ ୪ ତାରିଖରେ ସୁଶୀଲ କୁମାର ଏବଂ ସହଯୋଗୀ ଅପହରଣ କରି ସାଗରଙ୍କୁ ହତ୍ୟା କରିଥିବା ଜଣାଯାଇଛି । ଏହାପରେ ଦିଲ୍ଲୀ ପୋଲିସର ସ୍ପେଶାଲ ପୋଲିସ ତାଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.