fbpx

Wrestling Controversy: ଭାରତ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଫେରାଇଲେ ମହିଳା ରେସଲର ବିନେଶ ପୋଗଟ(Watch)

Advertisement

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନା ଆସିଛି । ମହିଳା ରେସଲର ବିନେଶ ପୋଗଟ ଏବେ ନିଜର ଭାରତ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ପୂର୍ବ ଘୋଷଣା ମୁତାବକ, ସେ ପାଇଥିବା ନିଜର ପୁରସ୍କାରକୁ ଆଜି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)କୁ ଫେରାଇବାକୁ ଯାଉଥିଲେ। କିନ୍ତୁ ଏହି ସମୟରେ କାର୍ଯ୍ୟରତ ଥିବା ପୋଲିସ ସେମାନଙ୍କୁ ରାସ୍ତାରେ ଅଟକାଇଥିଲା। ଏହା ପରେ ବିନେଶ ତାଙ୍କ ପୁରସ୍କାରକୁ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଛାଡି ଚାଲି ଆସିଥିଲେ। ତେବେ ବିନେଶଙ୍କ ପୂର୍ବରୁ ସମାନ ଢଙ୍ଗରେ ବଜରଙ୍ଗ ପୁନିଆ ମଧ୍ୟ ତାଙ୍କର ପଦ୍ମଶ୍ରୀ ଆୱାର୍ଡ ଫେରାଇ ଦେଇଥିଲେ। ପୁରସ୍କାର ଫେରାଇବା ପୂର୍ବରୁ ବିନେଶ ଫୋଗାଟ କହିଛନ୍ତି ଯେ, ଏହି ଦିନ କୌଣସି ଖେଳାଳିଙ୍କ ଜୀବନରେ ଆସିବା ଉଚିତ ନୁହେଁ। ଦେଶର ମହିଳା କୁସ୍ତିଯୋଦ୍ଧାମାନେ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି।

ବିନେଶ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ:-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିନେଶ ଫୋଗଟ ଏକ ଚିଠି ଲେଖିଥିଲେ । ଏହା ସହ ତାଙ୍କୁ ମିଳିଥିବା ଭାରତ ରତ୍ନ ଏବଂ ଅର୍ଜୁନ ପୁରସ୍କାର ପେରାଇ ଦେବା ପାଇଁ ଘୋଷଣା ମଧ୍ୟ କରିଥିଲେ । ଏହି ଚିଠିରେ ବିନେଶ ଲେଖିଥିଲେ ଯେ, ସାର୍, ସାକ୍ଷୀ ମଲିକ କୁସ୍ତିରୁ ବିଦାୟ ନେଇ ସାରିଛନ୍ତି ଏବଂ ବଜରଙ୍ଗ ପୁନିଆ ମଧ୍ୟ ପଦ୍ମଶ୍ରୀ ଫେରାଇ ଦେଇଛନ୍ତି । ବର୍ତ୍ତମାନ ମୁଁ ମଧ୍ୟ ପୁରସ୍କାର ନେଉଥିବା ସେହି ବିନେଶ ଫୋଗଟ ଛବିରୁ ମୁକ୍ତି ପାଇବାକୁ ଚାହୁଁଛି । କାରଣ ତାହା ଏକ ସ୍ୱପ୍ନ ଥିଲା ଏବଂ ବର୍ତ୍ତମାନ ଆମ ସହ ଯାହା ହେଉଛି, ତାହା ସତ୍ୟ ଅଟେ । ମୋତେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଏବଂ ଅର୍ଜନ ପୁରସ୍କାର ପ୍ରଦାନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହାର କୌଣସି ମୂଲ୍ୟ ନାହିଁ । ତେଣୁ ମୁଁ ନିଜ ପୁରସ୍କାର ଫେରାଇ ଦେଉଛି । ଯାହା ଫଳରେ ଆମ ଉପରେ କୌଣସି ବୋଝ ହୋଇ ପାରିବ ନାହିଁ ।

ସୂଚନା ଥାଉ କି, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ, ବିନେଶ ଫୋଗାଟଙ୍କ ସହ ବହୁ କୁସ୍ତିଯୋଦ୍ଧା ଦୀର୍ଘ ଦିନ ଧରି ଭାରତୀୟ ରେସଲିଂ ଆସୋସିଏସନର ସଭାପତି ବୃଜଭୂଷଣ ସିଂଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ତେବେ ଏହାପରେ ବୃଜଭୂଷଣଙ୍କୁ WFI ରୁ ହଟାଇ ଦିଆଯାଇ କମିଟିରେ ପୁନଃ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଞ୍ଜୟ ସିଂ ଆସୋସିଏସନର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ତେବେ ସଞ୍ଜୟ ବୃଜଭୂଷଣ ସିଂଙ୍କ ନିକଟତର ବୋଲି କୁହାଯାଉଥିଲା, ତେଣୁ ଏହି ନିର୍ବାଚନ ପରେ ମଧ୍ୟ ସମସ୍ତ କୁସ୍ତିଯୋଦ୍ଧା ଖୋଲାଖୋଲି ବିରୋଧ ପ୍ରଦର୍ଶନ କରିଥିଲେ। କୁସ୍ତିଯୋଦ୍ଧାଙ୍କ ବିରୋଧ ପରେ କ୍ରୀଡ଼ା ମନ୍ତ୍ରଣାଳୟ ନୂତନ କମିଟିକୁ ବାତିଲ କରି ସଞ୍ଜୟ ସିଂଙ୍କ ସମେତ ସମଗ୍ର କମିଟି ହଟାଇ ଦେଇଛି। ବିନେଶଙ୍କ ପୂର୍ବରୁ ସମାନ ଢଙ୍ଗରେ ବଜରଙ୍ଗ ପୁନିଆ ମଧ୍ୟ ତାଙ୍କର ପଦ୍ମଶ୍ରୀ ଆୱାର୍ଡ ଫେରାଇ ଦେଇଥିଲେ।

Get real time updates directly on you device, subscribe now.