fbpx

WTC କଣ୍ଟେଣ୍ଡର ଲାସକୋ: ସିଙ୍ଗଲ୍ସ ସେମି ଓ ଡବଲ୍ସ ଫାଇନାଲରେ ମନିକା ବାତ୍ରା

ନୂଆଦିଲ୍ଲୀ: ଭାରତୀୟ ଟେବଲ ଟେନିସ ଷ୍ଟାର ମନିକା ବାତ୍ର ଆଉ ଏକ କୃତିତ୍ୱ ହାସଲ କରିଛନ୍ତି । ଶନିବାର ଡବ୍ଲ୍ୟୁଟିସି କଣ୍ଟେଣ୍ଡର ଲାସକୋରେ ମନିକା ନିଜର ଚମକ୍ରାର ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରଥମେ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଥିବା ମନିକା ସିଙ୍ଗଲ୍ସ ବର୍ଗର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଚୀନର ଲିଉ ୱେଶାନ ଏବଂ ୱାଙ୍ଗ ଇଡି ଯୋଡିକୁ ୧୧-୬, ୮-୧୧, ୧୧-୬, ୫-୧୧ ଓ ୧୧-୮ରେ ପରାସ୍ତ କରିଥିଲେ ମନିକା ଓ ଅର୍ଚ୍ଚନା କାମଥ । ଫାଇନାଲରେ ଉଭୟ ପୁଏର୍ଟାରିକୋର ମେଲାନି ଡିଆଜ ଏବଂ ଆଡ୍ରିଆନା ଡିଆଜଙ୍କ ଯୋଡିକୁ ଭେଟିବେ ମନିକା ଓ ଅର୍ଚ୍ଚନା ।
ଡବଲ୍ସ ଫାଇନାଲରେ ପ୍ରବେଶ କରିବା ପରେ ସିଙ୍ଗଲ୍ସରେ ମଧ୍ୟ ଚମକ୍ରାର ବିଜୟ ହାସଲ କରିଥିଲେ ମନିକା । ନିଜ ଠାରୁ ୩୩ ମାନ୍ୟତା ଉପରେ ଥିବା ଖେଳାଳିଙ୍କୁ ପରାସ୍ତ କରିଥିଲେ ମନିକା । ଟୁର୍ଣ୍ଣାମେଣ୍ଟରେ ସପ୍ତମ ସିଡର ମାନ୍ୟତା ପାଇଥିବା ତୃତୀୟ ସିଡ୍ ରୋମାନିଆର ବେର୍ଣ୍ଣେଡେଟ୍ ସକ୍ସଙ୍କୁ ୧୧-୮, ୪-୧୧, ୫-୧୧, ୧୧-୬ ଓ ୧୧-୭ ସେଟରେ ପରାସ୍ତ କରିଥିଲେ ।

Get real time updates directly on you device, subscribe now.