fbpx

(Video) Xରେ କିପରି ହେବ ଅଡ଼ିଓ-ଭିଡିଓ କଲ୍ ର ଇଣ୍ଟରଫେସ, ଲଞ୍ଚ ପୂର୍ବରୁ ସାମ୍ନାକୁ ଆସିଲା ଡିଜାଇନ

ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ଏକ୍ସର ମାଲିକ ଏଲନ ମସ୍କଙ୍କ ପକ୍ଷରୁ ଏହି ସୂଚନା ମିଳିଥିଲା ଯେ, ଏକ୍ସରେ ଖୁବ ଶିଘ୍ର ଭିଡିଓ କଲିଂ ଏବଂ ଭଏସ କଲିଙ୍ଗର ଫିଚର ମିଳିବ । ଏହାପରେ କମ୍ପାନୀର ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ ଏହାର ସଂକେତ ଦେଇଥିଲେ । ବର୍ତ୍ତମାନ ଏହି ଫିଚର ସମ୍ବନ୍ଧିତ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ଟିପ୍ସଟର ଅଭିଶେକ ଯାଦବ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଏକ୍ସର ଅଡିଓ ଭିଡିଓ କଲିଂ ଫିଚରର ଇଣ୍ଟରଫେସ ରିଭିଲ କରାଯାଇଛି ।

ଏକ୍ସର ଅଡିଓ ଭିଡିଓ କଲିଂ ଫିଚର ଇଣ୍ଟରଫେସର ଯେଉଁ ଭିଡିଓ ଅଭିଶେକ ଯାଦବ ସେୟାର କରିଛନ୍ତି, ତାକୁ Swak ନାମକ ଜଣେ ୟୁଜର୍ସ ପୋଷ୍ଟ କରିଛନ୍ତି । ଭିଡିଓ ସହ ଦୁଇଟି ଫଟୋ ମଧ୍ୟ ସେୟାର କରାଯାଇଛି । ଯେଉଁଥିରେ ଗୋଟିଏ ଫଟୋରେ ଅଡିଓ କଲର ଇଣ୍ଟରଫେସ ଦେଖାଯାଉଥିବା ବେଳେ ଅନ୍ୟଟିରେ ଭିଡିଓ କଲର ଇଣ୍ଟରଫେସ ରହିଛି । ଦୁଇଟି ଯାକ ଇଣ୍ଟରଫେସ ଅନ୍ୟ ମେସେଜିଙ୍ଗ ଆପ ପରି ହିଁ ଅଟେ ।

ଏକ୍ସରେ ଅଡିଓ କଲ ମାଧ୍ୟମରେ ଆପଣଙ୍କୁ ସ୍କ୍ରିନ ଉପରେ ମାଇକ ବନ୍ଦ ଏବଂ ଅନ କରିବାର ମଧ୍ୟ ଅପସନ ମିଳିବ । ଏଥିସହ ୟୁଜର୍ସଙ୍କୁ ସ୍କ୍ରିନରେ ସ୍ପିକର ମୋଡର ମଧ୍ୟ ଅପସନ ଦିଆଯିବ । ସେହିପରି ଭିଡିଓ କଲ ମାଧ୍ୟମରେ ଆପଣ ଖୁବ ସହଜରେ କ୍ୟାମେରାର ବ୍ୟବହାର କରିପାରିବେ । ଏଥିରେ ଅପଣ କ୍ୟାମେରାକୁ ଫ୍ରଣ୍ଟ ବା ବ୍ୟାକରେ ମଧ୍ୟ ସ୍ୱିଚ କରିବାର ଅପସନ ପାଇବେ । ଏଥିସହ କଲକୁ ସ୍ପିକର ମୋଡରେ ରଖି ପାରିବେ ।

 

Get real time updates directly on you device, subscribe now.