fbpx

ମହିଳାଙ୍କୁ ବିବାହ ସମୟରେ ୧୦ଗ୍ରାମ ସୁନା, ୧ ଲକ୍ଷ ନଗଦ ଟଙ୍କା ଏବଂ ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଇଣ୍ଟରନେଟ!

ଓଡିଶା ଭାସ୍କର; ଆଗକୁ ଆସୁଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ ଯାହାକୁ ନେଇ ରାଜନୀତି ଏକଦମ ସରଗରମ ରହିଛି । ତେବେ ଏହି ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ନିର୍ବାଚନୀ ଇସ୍ତାହାର ଘୋଷଣା ସାଙ୍ଗକୁ ସମସ୍ତ ଦଳ ପକ୍ଷରୁ ପ୍ରଚାର ମୈଦାନ ମଧ୍ୟ ପ୍ରସ୍ତୁତ ହୋଇସାରିଲାଣି । ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ପ୍ରଥମେ ତେଲେଙ୍ଗାନାରେ ବିଆରଏସ ଦଳ ଇସ୍ତାହାର ଘୋଷଣା କରିଥିଲା । ଅନ୍ୟପଟେ ଆଜି ପ୍ରମୁଖ ଦଳ କଂଗ୍ରେସ ବି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିବାକୁ ଯୋଜନା କରିଛି। ଯାହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ନିଜ ଇସ୍ତାହାରରେ କଂଗ୍ରେସ ଯୋଗ୍ୟ ମହିଳାଙ୍କୁ ବିବାହ ସମୟରେ ୧୦ଗ୍ରାମ ସୁନା, ୧ ଲକ୍ଷ ନଗଦ ଟଙ୍କା ଏବଂ ଛାତ୍ରୀଛାତ୍ରଙ୍କୁ ମାଗଣା ଇଣ୍ଟରନେଟ ଦେବାର ପ୍ରତିଶ୍ରୁତି ଦେଇପାରେ ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଟିଆରପିସି ମନିଫେଷ୍ଟୋ କମିଟିର ଅଧ୍ୟକ୍ଷ ଡି ଶ୍ରୀଧର ବାବୁଙ୍କ ଅନୁଯାୟୀ, ନଗଦ ବ୍ୟତୀତ ଦଳର ‘ମହାଲକ୍ଷ୍ମୀ’ ଗ୍ୟାରେଣ୍ଟି ଅନୁଯାୟୀ ୧ଲକ୍ଷ ଟଙ୍କା ଏବଂ ସୁନା ମଧ୍ୟ ଦିଆଯିବ।

ଅନ୍ୟପଟେ ତେଲଙ୍ଗାନାରେ ବିଆରଏସ ସରକାରଙ୍କ କଲ୍ୟାଣ ଲକ୍ଷ୍ମୀ ଏବଂ ଶାଦି ମୁବାରକ ଯୋଜନା କାର୍ୟ୍ୟକାରୀ ହୋଇଛି। ଏହାର ଅଧୀନରେ ତେଲେଙ୍ଗାନାର ବାସିନ୍ଦା ଯେଉଁମାନଙ୍କର ଅଭିଭାବକଙ୍କ ଆୟ ବାର୍ଷିକ ୨ ଲକ୍ଷ ଟଙ୍କାରୁ କମ ସେମାନଙ୍କୁ ବିବାହ ସମୟରେ ୧,୦୦.୧୧୬ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ସେପଟେ କଂଗ୍ରେସ ନେତା ଶ୍ରୀଧର ବାବୁ କହିଛନ୍ତି ଆମ ସରକାର ଆସିଲେ ସମସ୍ତଙ୍କୁ ବିବାହ ସମୟରେ ୧୦ ଗ୍ରାମ ସୁନା ଦିଆଯିବ। ଏହାର ମୂଲ୍ୟ ପ୍ରାୟ ୫୦ ରୁ ୫୫ହଜାର ହେବ। ଏହା ସହ ମନିଫେଷ୍ଟୋ କମିଟିର ଜଣେ ସଦସ୍ୟ କହିଛନ୍ତି ମନିଫେଷ୍ଟୋରେ ଛାତ୍ରମାନଙ୍କ ପାଇଁ ମାଗଣା ଇଣ୍ଟରନେଟ ମଧ୍ୟ କଂଗ୍ରେସ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛି।

Get real time updates directly on you device, subscribe now.