fbpx

୫ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ: ୨ ଦିନ ପରେ କମିପାରେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ । ଦିନରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି । ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ୭ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ରାଜ୍ୟର ୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ କେନ୍ଦ୍ର । ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

ଆସନ୍ତାକାଲି ପାଇଁ ମଧ୍ୟ ୫ ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ । ଅନୁଗୁଳ, ସୋନପୁର, ବୌଦ୍ଧ, ସମ୍ବଲପୁରକୁ ସତର୍କତା ଜାରି କରାଯାଇଛି । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ତାପମାତ୍ରା ଏଭଳି ରହିବ । ୨ ଦିନ ପରେ ତାପମାତ୍ରା ହ୍ରାସ ପାଇବା ନେଇ କୁହାଯାଇଛି ।

ସେହିଭଳି ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିବାବେଳେ କିଛି କିଛି ସ୍ଥାନରେ ତାପମାତ୍ରା ୪୦ଂ ଛୁଇଁଛି । ବଲାଙ୍ଗୀରେ ସର୍ବାଧିକ ତାପମାତ୍ରା ୪୦.୫ଂ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩୭.୬ଂ ଏବଂ କଟକରେ ୩୮ଂ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.