fbpx

ସାବଧାନ : ରାଜଧାନୀରେ ଶବ୍ଦ ପ୍ରଦୂଷଣ କଲେ ୧ ଲକ୍ଷ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି । ଏଣିକି ଶବ୍ଦ ପ୍ରଦୂଣେ କଲେ ଦେବାକୁ ପଡ଼ିବ ୧ ଲକ୍ଷ ଟଙ୍କା ଜୋରିମାନା । ଶବ୍ଦ ପ୍ରଦୂଷଣକୁ ନେଇ ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ କମିଟି ଏଭଳି ନିଷ୍ପତ୍ତି ନେଇଛି । ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ କମିଟି ଶବ୍ଦ ପ୍ରଦୂଷଣ ମାମଲାରେ ଜୋରିମାନା ଟଙ୍କାରେ ସଂଶୋଧନର ଘୋଷଣା କରିଛି । ନୂଆ ସଂଶୋଧନ ଅନୁସାରେ, ଶବ୍ଦ ପ୍ରଦୂଷଣ କରୁଥିବା ଲୋକଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଲାଗିବ । ସଂଶୋଧନର ଏହି ପ୍ରସ୍ତାବ ଏନଜିଟି ଦ୍ୱାରା ସ୍ୱୀକୃତି ପାଇସାରିଛି ।

ନୂଆ ନିୟମ ଅନୁସାରେ, ନିର୍ଦ୍ଧାରିତ ସମୟ ପରେ ଯଦି କୌଣସି ବ୍ୟକକ୍ତି ବାଣ ଫୁଟାଏ, ତେବେ ୧୦୦୦ ଟଙ୍କା ଫାଇନ୍ ଦେବ । ଏହା ସହ ନିରବ ସ୍ଥାନରେ ବାଣ ଫୁଟାଇଲେ ୩୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ।

ଏହା ସହ ନୂଆ ନିୟମରେ କୁହାଯାଇଛି ଯେ, ଯଦି କୌଣସି ରାଲି, ବିବାହ କିମ୍ବା ଧାର୍ମିକ ଉତ୍ସବରେ ବାଣ ଫୁଟାଇବା ନିୟମ ଉଲ୍ଲଂଘନ କରାଯାଏ, ତେବେ ସେହିି କାର୍ଯ୍ୟକ୍ରମର ଆୟୋଜକ ୧୦,୦୦୦ ଟଙ୍କା ଏବଂ ସାଇଲେଣ୍ଟ ଜୋନରେ ୨୦,୦୦୦ ପର୍ଯ୍ୟନ୍ତ ଟଙ୍କା ଜୋରିମାନା ଦେବେ । ଦ୍ୱିତୀୟ ଥର ନିୟମ ଉଲ୍ଲଂଘନ ହେଲେ ଜରିମାନା ପରିମାଣ ୨ ଗୁଣା ବଢିଯିବ । ଅର୍ଥାତ୍ ୪୦,୦୦୦ ଟଙ୍କାକୁ ଦେବାକୁ ପଡ଼ିବ । ଯଦି ଦୁଇଥରରୁ ଅଧିକ ନିୟମ ଉଲ୍ଲଂଘନ କରାଯାଏ, ତେବେ ସଂଶୋଧିତ ନିୟମ ଅନୁସାରେ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ଏହା ବ୍ୟତିତ ସେହି ଅଞ୍ଚଳକୁ ସିଲ୍ କରାଯିବ ବୋଲି ନୂଆ ନିୟମରେ କୁହାଯାଇଛି ।

Get real time updates directly on you device, subscribe now.