fbpx

କିଛି ନକରି ମଧ୍ୟ ଆପଣ ଧନୀ ହୋଇପାରିବେ, ଜାଣନ୍ତୁ କିପରି

Advertisement

କୁହାଯାଏ- ରୋମ ଗୋଟିଏ ଦିନରେ ତିଆରି ହୋଇନାହିଁ । ଏ ଦୁନିଆର ପ୍ରତ୍ୟେକ ବଡ଼ କାର୍ଯ୍ୟ କରିବା ପାଇଁ ସମୟ ନିହାତି ଆବଶ୍ୟକ ହୋଇଥାଏ । ୨୦ ବର୍ଷର ଦୀର୍ଘ ଅବଧି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କାହା ପାଖରେ ସମୟ ନଥାଏ । ତେଣୁ ଅଧିକାଂଶ ଲୋକ ସଙ୍ଗେସଙ୍ଗେ ବଡ଼ ବଡ଼ ଲକ୍ଷ୍ୟ ହାସଲ କରିବାକୁ ଇଚ୍ଛା ପ୍ରକଟ କରିଥାନ୍ତି । ତେବେ ଆପଣମାନେ ଇନଭେଷ୍ଟକୁ ଆପଣାଇ ନିଜ ଜୀବନକୁ ବିକାଶ ପଥରେ ଆଗେଇ ନେଇପାରିବେ । ଇନଭେଷ୍ଟ କରିବାର ଉପଯୁକ୍ତ ଜ୍ଞାନ ଅଭାବରୁ ଅଧିକାଂଶ ଏହାର ଫାଇଦା ଉଠାଇବାରୁ ବଞ୍ଚିତ ହୋଇଥାନ୍ତି ।

କିଛି ନକରି ମଧ୍ୟ ଆପଣ ଧନୀ ହୋଇପାରିବେ । ଉପଯୁକ୍ତ ଟେକନିକର ପ୍ରୟୋଗ କରିବା ସହ ଠିକ୍ ବାଟରେ ଦୀର୍ଘ ଅବଧି ପର୍ଯ୍ୟନ୍ତ ନିବେଶ କରି ଆପଣ ଏହି ସୁଫଳ ପାଇପାରିବେ । ଇକ୍ୱିଟି ମାର୍କେଟରେ ସାଧାରଣତଃ ଅଳ୍ପ ସମୟରେ କୌଣସି ଲାଭ ମିଳିନଥାଏ । ମାତ୍ର ୨୫ ବର୍ଷର ଦୀର୍ଘ ଅବଧି ପାଇଁ ନିବେଶ କଲେ ଆପଣ ନିଶ୍ଚିତ ଭାବେ ଧନୀ ହୋଇପାରିବେ । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨ ଲକ୍ଷରୁ ଅଧିକ ଟଙ୍କା ନିବେଶ କରୁଥିବା ୫୦ ପ୍ରତିଶତ ଲୋକ ମାତ୍ର ୨ ବର୍ଷ ଅବଧି ମଧ୍ୟରେ ସୀମିତ ରହିଥାନ୍ତି । ଫଳରେ ସେମାନେ ଏହି ଅର୍ଥରୁ ଲାଭ ଉଠାଇବାରେ ଅକ୍ଷମ ହୋଇଥାନ୍ତି । ନିବେଶ କ୍ଷେତ୍ରରେ ରୁଚି ରଖୁଥିବା ବ୍ୟକ୍ତିମାନେ ଏଥିରୁ ଲାଭ ପାଇବା ପାଇଁ ଆଡଭାଇଜରଙ୍କଠାରୁ ପରାମର୍ଶ ଗ୍ରହଣ କରିଥାନ୍ତି । ଯଦି ଆପଣ କିଛି ନିବେଶ କରୁଛନ୍ତି, ତେବେ ପ୍ରତ୍ୟେକ ଦିନ ଏହାର ବୃଦ୍ଧି ବା ହ୍ରାସ ନେଇ ଚେକ୍ କରିବା ଦରକାର ନାହିଁ । ଏହା ଆପଣଙ୍କର ମାନସିକ ଚାପ ବଢ଼ାଇବା ଛଡ଼ା ଅନ୍ୟ କିଛି ହୋଇନଥାଏ । ଥରେ ନିବେଶ କରିବା ପରେ ଆପଣ ଏହାକୁ ଭୁଲି ଯାଆନ୍ତୁ । ମନେରଖନ୍ତୁ ଯେ, ଆପଣ ଏକ ବଡ଼ ଲକ୍ଷ୍ୟ ପୂରଣ କରିବାକୁ ଯାଉଛନ୍ତି, ଯାହାକି ଆଗାମୀ ୧୦, ୧୫ କିମ୍ବା ୨୦ ବର୍ଷ ମଧ୍ୟରେ ନିଶ୍ଚୟ ହାସଲ କରିବେ ।

Get real time updates directly on you device, subscribe now.