ନୂଆଦିଲ୍ଲୀ: ଦେଶରେ ଏବେ ରୋଷେଇ ଗ୍ୟାସ୍ ସିଲିଣ୍ଡର ବହୁଳ ଭାବରେ ବ୍ୟବହାର ହେଉଛି । କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ଗରିବ ଲୋକଙ୍କୁ ମଧ୍ୟ ଗ୍ୟାସ୍ ସୁବିଧା ଯୋଗାଉଛନ୍ତି । ଏହି କାରଣରୁ ଦେଶରେ ରୋଷେଇ ଗ୍ୟାସ୍ ସିଲିଣ୍ଡରର ଚାହିଦା ବଢ଼ିଛି ଏବଂ ଆଗାମୀ ଦିନରେ ଏହାର ବୃଦ୍ଧି ହେବାକୁ ଯାଉଛି । ଏମିତିରେ ଯଦି ଆପଣ ଗ୍ୟାସ୍ ଏଜେନ୍ସୀ ବ୍ୟବସାୟ କରିବାକୁ ଚାହୁଛନ୍ତି ତେବେ ଏହାଦ୍ୱାରା ଆପଣ ବେଶ୍ ଲାଭବାନ ହୋଇପାରିବେ । ଅବଶ୍ୟ ଏଥିପାଇଁ ଆପଣଙ୍କୁ ଅଧିକ ନିବେଶ ମଧ୍ୟ କରିବାକୁ ପଡ଼ିବ ।
୩ ସରକାରୀ କମ୍ପାନୀ ଦେଉଛନ୍ତି ଲାଇସେନ୍ସ:
ଦେଶରେ ତିନି ସରକାରୀ କମ୍ପାନୀ ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଗ୍ୟାସ୍ ଡିଷ୍ଟ୍ରିବ୍ୟୁଟରସିପ୍ ପ୍ରଦାନ କରିଥାନ୍ତି । ଆପଣ ଏହି କମ୍ପାନୀ ମାନଙ୍କଠାରୁ ଡିଷ୍ଟ୍ରିବ୍ୟୁଟରସିପ୍ ପାଇଁ ଆବେଦନ କରିପାରିବେ ।
ହିନ୍ଦୁସ୍ତାନ ପେଟ୍ରୋଲିୟମ ଅନୂଯାୟୀ, କମ୍ପାନୀ ଅନଲାଇନ କିମ୍ବା ଅଫଲାଇନ୍ ଆବେଦନ ମାଗିଥାନ୍ତି । ଆବେଦନ କରିବା ପରେ ପ୍ରାର୍ଥୀଙ୍କ ସାକ୍ଷାତକାର ନିଆଯାଏ । ଏଥିରେ ଅନେକ ପାରାମିଟରରେ ନମ୍ବର ଦିଆଯାଏ । ଏହା ଆଧାରରେ ପ୍ରାର୍ଥୀଙ୍କ ମୂଲ୍ୟାଙ୍କନ କରାଯାଇଥାଏ । ଏହାପରେ ଇଣ୍ଟରଭ୍ୟୁ ରେଜଲ୍ଟ ଜାରି କରାଯାଇଥାଏ । ଯଦି ଆପଣଙ୍କ ନାମ ଆସିଥାଏ ତେବେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ସୂଚନାକୁ ଭେରିଫାଇ କରି କମ୍ପାନୀ ଗ୍ୟାସ୍ ଏଜେନ୍ସୀ ଦେଇଥାଏ ।
ମେଟ୍ରୋ ସହର, ଗ୍ରାମୀଣ ଅଞ୍ଚଳ ଏବଂ ନଗରପାଳିକାରେ ବିତରଣ ଏବଂ ଅପରେସନକୁ ଅନୁମତି ମିଳିଥାଏ । ଯଦି ଆପଣ ଘରୋଇ ଏଲପିଜି ସିଲିଣ୍ଡର ଏଜେନ୍ସୀ ନେବାକୁ ଚାହୁଛନ୍ତି ତେବେ ୧୪.୨ କେଜିରୁ ଅଧିକ ଓଜନର ସିଲିଣ୍ଡରର ବିତରଣ କରିପାରିବେ ନାହିଁ । ବିତରଣ ଏଜେନ୍ସୀ ପାଇଁ ଲାଇସେନ୍ସ ମିଳିବା ପୂର୍ବରୁ ଆପଣ ଦେଇଥିବା ତଥ୍ୟର ଫିଲ୍ଡ ଭେରିଫିକେସନ କରାଯିବ । ଓଏମସି ଅଧିକାରୀଙ୍କ ସମିତି ଆପଣଙ୍କ ଡକ୍ୟୁମେଣ୍ଟ ଏବଂ ଯେଉଁ ସ୍ଥାନରେ ଆପଣ ରୋଷେଇ ଗ୍ୟାସ୍ ସିଲିଣ୍ଡର ପାଇଁ ବିତରଣ ଏଜେନ୍ସୀ ଖୋଲିବାକୁ ଚାହୁଛନ୍ତି । ତାହାର ଯାଞ୍ଚ କରିବ ।
ଯେଉଁଠାରେ ଆପଣ ଏଜେନ୍ସୀ ଖୋଲିବେ ସେହି ସ୍ଥାନକୁ ଯାଞ୍ଚ କରଯିବ । ସେଠାରେ ଯେମିତି ସବୁ ପରିସ୍ଥିତିରେ ଗାଡ଼ି ଆସିପାରୁଥିବ । ଏଥିପାଇଁ ଉଚିତ୍ ସଡ଼କ ଥିବା ଜରୁରୀ । ମାଟିତଳେ ଏଲପିଜି ସିଲିଣ୍ଡରକୁ ଷ୍ଟୋର କରିବା ପାଇଁ ଗୋଦାମ ହେବ । ଯଦି ଜମି ଆପଣଙ୍କ ନାମରେ ରହିଛି ତେବେ ଠିକ୍ ନହେଲେ ସର୍ବନିମ୍ନ ୧୫ ବର୍ଷ ପାଇଁ ଲିଜ୍ ରେ ନେବାକୁ ହେବ । ଏହାପରେ ଭେରିଫିକେସନ ପରେ ଆପଣଙ୍କ ଚୟନ ହେଉଛି ତେବେ ଆପଣଙ୍କୁ ହିଁ ଗୋଦାମ ଖୋଳାଇବାକୁ ହେବ ।
ରନ୍ଧନ ଗ୍ୟାସ୍ ଏଜେନ୍ସୀ ପାଇଁ ସରକାରଙ୍କ ଧାର୍ଯ୍ୟ ଷ୍ଟାଣ୍ଡାର୍ଡ ଅନୂଯାୟୀ, ସାମାନ୍ୟ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ୫୦ % ସଂରକ୍ଷଣ ରହିଛି । ଏହାପରେ ଅନୁସୂଚିତ ଜାତି, ଜନଜାତି ବର୍ଗା ଲୋକଙ୍କ ପାଇଁ ସଂରକ୍ଷଣ ରହିଛି । ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ସୈନିକ, ସଶସ୍ତ୍ର ବଳ, ପୋଲିସ ସେବା, ରାଷ୍ଟ୍ରୀୟ ଖେଳାଳି ଏବଂ ସାମାଜିକ ଭାବରେ ଅକ୍ଷମ ଲୋକଙ୍କୁ ମଧ୍ୟ ପ୍ରାଥମିକତା ଦିଆଯାଇଥାଏ ।
ଏଲିପିଜି ଡିଷ୍ଟ୍ରିବ୍ୟୁଟରସିପ୍ ପାଇଁ ଆବେଦନ ପାଇଁ ଅନେକ ସମୟରେ ବିଜ୍ଞପ୍ତି ଜାରି କରାଯାଇଥାଏ । ୱେବସାଇଟ୍ କୁ ଯାଇ ନୋଟିଫିକେସନ ବିଷୟରେ ସୂଚନା ପାଇପାରିବେ । ଯଦି ଯଦି କୌଣସି କ୍ଷେତ୍ରରେ ଏକରୁ ଅଧିକ ପ୍ରାର୍ଥୀ ଚୟନ ହୋଇଥାଏ । ତେବେ ସେଠାରେ ଲକି ଡ୍ର ମାଧ୍ୟମରେ ଗ୍ୟାସ୍ ଏଜେନ୍ସୀ ମିଳିଥାଏ ।
ଡିଷ୍ଟ୍ରିବୁୃଟରସିପ୍ ନେବା ପାଇଁ ଭାରତୀୟ ନାଗରିକ ହେବା ଜରୁରୀ । ଏହା ସହ ଏଜେନ୍ସୀ ପାଇଁ ଆବେଦନ କରିବା ପାଇଁ ୧୦ ମ ପାସ୍ ହେବା ଜରୁରୀ । ବୟସ ୨୧ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଦରକାର । ଗ୍ୟାସ୍ ଏଜେନ୍ସୀର ସର୍ବାଧିକ ରାଶି ୧୦ ହଜାର ଟଙ୍କା ରହିଛି ଆବେଦନ କରିବା ପାଇଁ । ଯାହା ଫେରସ୍ତ କରାଯିବ ନାହିଁ ।
ଏଲପିଜି ଗ୍ୟାସ୍ ଏଜେନ୍ସୀ ଖୋଲିବା ପାଇଁ ସର୍ବନିମ୍ନ ୧୫ ଲକ୍ଷ ଟଙ୍କା ଆବଶ୍ୟକତା ହୋଇଥାଏ । ଏହି ଟଙ୍କା ଏଲପିଜି ସିଲିଣ୍ଡରକୁ ଷ୍ଟୋର କରିବା ପାଇଁ ଗୋଦାମ ଏବଂ ଏଜେନ୍ସୀ କାର୍ଯ୍ୟାଳୟ ତିଆରି କରିବାର ଖର୍ଚ୍ଚ ହୋଇଥାଏ । ଏହା ବ୍ୟତୀତ ପାସବୁକ୍ ପ୍ରିଣ୍ଟିଂ ପାଇଁ କମ୍ପ୍ୟୁଟର ଏବଂ ପ୍ରିଣ୍ଟର ଆଦିର ଆବଶ୍ୟକତା ମଧ୍ୟ ରହିଛି ।