fbpx

ଖରାରେ ମୁହଁ ଲାଲ ପଡିଯାଉଛି? ଏହି ଘରୋଇ ଉପାୟରେ ଚେହେରାକୁ ଦେଇପାରିବେ ସୁରକ୍ଷା

ନୂଆଦିଲ୍ଲୀ: ଅସହ୍ୟ ତାତି ଏବଂ ପ୍ରଚଣ୍ଡ ଖରା ବର୍ତ୍ତମାନ ଦେଶବାସୀଙ୍କୁ ହନ୍ତସନ୍ତ କରୁଛି । ତେବେ ଏହି ଖରା ଯୋଗୁଁ ଅନେକ ଚର୍ମ ସମସ୍ୟା ଦେଖାଦେଇଥାଏ । ସେଥି ମଧ୍ୟରୁ ଏକ ସମସ୍ୟା ହେଉଛି ଚେହେରା ଲାଲ ପଡିବା । ବିଶେଷ କରି ସମ୍ବେଦନଶୀଳ ଚର୍ମ ଥିବା ଲୋକମାନେ ତ୍ୱଚା ଲାଲ ପଡିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହା ଅନେକ ସମୟରେ ଖରା ଯୋଗୁଁ ପଡିଥାଏ ତ ବେଳେବେଳେ ଆଲର୍ଜି ବା ରିଆକ୍ସନ ଯୋଗୁଁ ଏଭଳି ହୋଇପାରେ । ତ୍ୱଚା ଏପରି ଲାଲ ପଡିବା ସହ ଅନେକ ଲୋକ କୁଣ୍ଡାଇ ହେବା ଭଳି ସମସ୍ୟା ମଧ୍ୟ ସାମନା କରନ୍ତି । ତେବେ କିଛି ଘରୋଇ ଉପଚାର ସହିତ ଏହାକୁ ସମାଧାନ କରାଯାଇ ପାରିବ ।

ଗୋଲାପ ଜଳ: ଗରମରେ ତ୍ୱଚାରେ ଗୋଲାପ ଜଳ ବ୍ୟବହାର କରି ସ୍କିନ ରେଡନେସ୍ ସମସ୍ୟାକୁ ଦୂର କରିପାରିବେ । ଗୋଲାପ ଜଳ ଚେହେରାକୁ ଥଣ୍ଡା ରଖିବା ସହ ଖରା ଯୋଗୁଁ ହେଉଥିବା ସମସ୍ୟା ମଧ୍ୟ ଦୂର କରିଥାଏ । ସ୍କିନର ରେଡନେସ୍ ଦୂର କରିବା ପାଇଁ ଗୋଲାପ ଜଳରେ କାକୁଡି ରସ ମିଶାଇ ଚେହେରାରେ ୧୦ ମିନିଟ ଲଗାଇ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ ।

ଆଲୋବେରା ଜେଲ: ଆଲୋବେରାରେ ଅନେକ ପ୍ରକାରର ଔଷଧୀୟ ଗୁଣ ଭରି ରହିଛି । ଆଣ୍ଟି-ଇଫ୍ଲେମେଟରୀ ଏବଂ ହିଲିଙ୍ଗ ଗୁଣ ମଧ୍ୟ ଏଥିରେ ସାମିଲ ରହିଛି । ଏହା ତ୍ୱଚାର ରେଡନେସ ଏବଂ କୁଣ୍ଡେଇ ହେବା ଭଳି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆଲୋଭେରା ଜେଲକୁ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ଚେହେରାରେ ଲଗାଇ ରଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ନିଅନ୍ତୁ ।

ବରଫ: ଏହି ସମସ୍ୟାକୁ ବରଫ ମଧ୍ୟ ଦୂର କରିପାରିବ । ଗୋଟିଏ ସଫା ଧଳା କପଡାରେ ବରଫ ଗୁଡାଇ ବାନ୍ଧି ଲାଲ ହୋଇଥିବା ଜାଗାରେ ଲଗାନ୍ତୁ । ଏହାବ୍ୟତୀତ ବରଫ ପାଣିରେ ମଧ୍ୟ ଚେହେରା ଧୋଇ ପାରିବେ ।

ସନସ୍କ୍ରିନ ଲଗାନ୍ତୁ: ପ୍ରତିଦିନ ଏକ ସନସ୍କ୍ରିନ ଲଗାଇବା ଦ୍ୱାରା ଚେହେରା ଲାଲ ପଡିବା ଭଳି ସମସ୍ୟାକୁ ସମାଦାନ କରାଯାଇପାରେ । ଏହା ଆଫଣଙ୍କ ଚେହେରାକୁ ଭୟଙ୍କର ଅତିବାଇଗଣୀ ରଶ୍ମୀରୁ ରକ୍ଷା ଦେଇଥାଏ ।

Get real time updates directly on you device, subscribe now.