fbpx

(video): ‘ତମେ ମତେ ଛୁଇଁ ପାରିବ ନାହିଁ’- ଫ୍ୟାନ୍ସଙ୍କୁ କଟାକ୍ଷ କଲେ ଟେନିସ ଷ୍ଟାର ନୋବାକ ଜୋକୋବିଚ

ଓଡିଶା ଭାସ୍କର: ୱିମ୍ବଲଡନ ୨୦୨୪ ପୁରୁଷ ଏକକ କ୍ୱାଟର ଫାଇନାଲରେ ନୋବାକ ଜୋକୋବିଚ ନିଜର ସ୍ଥାନ ପକ୍କା କରି ସାରିଛନ୍ତି । ଡେନମାର୍କର ହୋଲ୍ଗର ରୁନେଙ୍କୁ ହରାଇ ସେ କ୍ୱାଟର ଫାଇନାଲ ଟିକେଟ ହାସଲ କରିଛନ୍ତି । ଏହି ମ୍ୟାଚରେ ଜୋକୋବିଚଙ୍କୁ ନେଇ ଅତ୍ୟଧିକ ହୁଟିଂ ଦେଖିବାକୁ ମିଳିଥିଲା । ହୁଟିଂ କରୁଥିବା ଅସଂଖ୍ୟା ଦର୍ଶକଙ୍କୁ ମ୍ୟାଚ ପରେ ଜୋକୋବିଚ ମୁହଁତୋଡା ଉତ୍ତର ଦେଇ ସେମାନଙ୍କୁ କଟାକ୍ଷ କରିଛନ୍ତି । ସେପଟେ ଦୁନିଆର ଶୀର୍ଷ ୯ ମାନ୍ୟତାପ୍ରାପ୍ତ ପୁରୁଷ ଟେନିସ ଖେଳାଳି ଏଲେକ୍ସ ଡି ମିନୌର ମଧ୍ୟ କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି । ଯାହାଙ୍କ ସାମ୍ନା ନୋବାକ ଜୋକୋବିଚଙ୍କ ସହ ହେବ । ଜୋକୋବିଚ ହୋଲ୍ଗରଙ୍କୁ ସିଧାସଳଖ ୬-୩, ୬-୪, ୬-୨ ସେଟରେ ପରାସ୍ତ କରିଛନ୍ତି ।

 

ଏହି କ୍ୱାଟରଫାଇନାଲ ଜିତିବା ପରେ ନୋବାକ ଜୋକୋବିଚ ସେମାନଙ୍କୁ କଟାକ୍ଷ କରିଥିଲେ ଯେଉଁମାନେ ତାଙ୍କୁ ଚିଡାଉତିଲେ । ସେ ହୋଲ୍ଗରଙ୍କ ଫ୍ୟାନ୍ସଙ୍କ ଆଡକୁ ଇଙ୍ଗିତ କରି କହିଥିଲେ, ‘ଗୁଟ ନାଇଟ….ଗୁଟ ଗୁଟ ଗୁଟ ନାଇଟ’ । ପରେ ଜୋକୋବିଚଙ୍କୁ ମ୍ୟାଚ ପରେ ପ୍ରଶ୍ନ କରୁଥିବା ବ୍ୟକ୍ତି ଜଣକ କହିଥିଲେ ଯେ ସେ ଆଶା କରନ୍ତି ଯେ ଫ୍ୟାନ୍ସ ତାଙ୍କର ଅପମାନ କରୁ ନ ଥିଲେ ବରଂ ସେମାନେ ହୋଲ୍ଗରଙ୍କୁ ସପୋର୍ଟ କରୁଥିଲେ । ଜୋକୋବିଚ ଏହା ପରେ ବି କହିଥିଲେ ଯେ ସେମାନେ ତାଙ୍କର ହିଁ ଅପମାନ କରୁଥିଲେ । ଏହାକୁ ସେ କେବେ ବି ଅସ୍ୱୀକାର କରିବେ ନାହିଁ । ଜୋକୋବିଚ ସେମାନଙ୍କ ସମ୍ମାନ କରନ୍ତି ଯେଉଁମାନେ ପଇସା ଦେଇ ଟିକେଟ କରନ୍ତି ଓ ତାଙ୍କର ସପୋର୍ଟ କରିଥାଆନ୍ତି ।

Get real time updates directly on you device, subscribe now.