ଓଡ଼ିଶାଭାସ୍କର: ଲୁଣ ଏମିତି ଏକ ଯାହା ଜିନିଷ ଯାହା ବିନା ଖାଦ୍ୟର କୌଣସି ସ୍ୱାଦ ନଥାଏ। ହେଲେ ଆପଣ ଜାଣିଛନ୍ତି କି ଏହି ଲୁଣ ଖାଇବାରେ ବ୍ୟବହାର କରିବା ବ୍ୟତୀତ ଏହାକୁ ଗାଧେଇବା ବେଳେ ବି ବ୍ୟବହାର କରାଯାଇପାରେ। ଏବଂ ଏହା ମଧ୍ୟ ଅନେକ ଫାଇଦା ଦେଇଥାଏ।
ଯଦି ଦେଖିବା ଆଜିକାଲି ଲୁଣକୁ ପାଣିରେ ପକାଇ ଗାଧୋଇବା ଏକ ଫ୍ୟାଶନ ହୋଇପାରେ, କିନ୍ତୁ ଏହି ପ୍ରାକୃତିକ ପଦ୍ଧତି ବର୍ଷ ବର୍ଷ ଧରି ବ୍ୟବହୃତ ହୋଇଆସୁଛି। ଏପସମ୍ ବାଥ୍ ଲୁଣରେ ଗାଧୋଇବା ଦ୍ୱାରା ଚର୍ମ କିଟାଣୁ ମୁକ୍ତ ହୁଏ। ଏହା ଚର୍ମକୁ ଯଥାସମ୍ଭବ ଖଣିଜ ପଦାର୍ଥ ଶୋଷଣ କରିବାରେ ସାହାଯ୍ୟ କରେ।
ଏପସମ୍ ଲୁଣରେ ସ୍ନାନ କରିବା ଦ୍ୱାରା ଶରୀରରେ ମ୍ୟାଗ୍ନେସିୟମର ସ୍ତର ବୃଦ୍ଧି ପାଏ। ଯାହା ଦ୍ଵାରା ମାଂସପେଶୀ ଆରାମ ପାଏ। ନିଦ ଭଲ ହୁଏ ଏବଂ ଶରୀର ଯନ୍ତ୍ରଣା ମଧ୍ୟ ଦୂର ହୁଏ। ଏହା ଏକ ଆରାମଦାୟକ ଚିକିତ୍ସାଠାରୁ କମ୍ ନୁହେଁ।
ଲୁଣ ପାଣିରେ ଗାଧୋଇବା ଦ୍ୱାରା ଚର୍ମର ପ୍ରତିରକ୍ଷା ପ୍ରଣାଳୀ ଉନ୍ନତ ହୋଇପାରେ। ଚର୍ମ ହାଇଡ୍ରେଟେଡ୍ ରହିଥାଏ ଏବଂ ଏହା ଶରୀର ପାଇଁ ଏକ ଭଲ ମଇଶ୍ଚରାଇଜର ଭାବରେ କାର୍ଯ୍ୟ କରିପାରିବ। ଲୁଣ ପାଣିରେ ଗାଧୋଇବା ଦ୍ୱାରା ଚିଡ଼ଚିଡ଼ା ଏବଂ ଫୁଲା ମଧ୍ୟ କମିଯାଏ।
ଯେଉଁମାନେ ଜିମ୍ ଯାଆନ୍ତି କିମ୍ବା ବ୍ୟାୟାମ କରନ୍ତି, ସେମାନେ ଲୁଣ ପାଣିରେ ସ୍ନାନ କରିବା ଦ୍ୱାରା ବହୁତ ଲାଭ ପାଆନ୍ତି। ଏହା ମାଂସପେଶୀକୁ ଆରାମ ଦିଏ। ବାଥ ଲୁଣ ଟାଣ ମାଂସପେଶୀକୁ ଆରାମ ଦିଏ ଏବଂ ଯନ୍ତ୍ରଣା କମାଇବା ପାଇଁ ଜଣାଶୁଣା।
ଯଦି ଆପଣ ବହୁତ କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଆପଣ ଲୁଣ ପାଣିରେ ଗାଧୋଇପାରିବେ। ଯଦି ପାଦରେ ଯନ୍ତ୍ରଣା ଏବଂ ଥକ୍କାପଣ ହେଉଛି, ତେବେ ପାଦକୁ କିଛି ସମୟ ପାଇଁ ଲୁଣ ପାଣିରେ ବୁଡ଼ାଇ ରଖନ୍ତୁ। ଏହା ଯନ୍ତ୍ରଣା କମ କରିବ।
ଖେଳାଳିମାନଙ୍କ ପାଦ କୁଣ୍ଡାଇ ହେଲେ ସେମାନେ ଏହାକୁ କମ କରିବା ପାଇଁ ଲୁଣ ପାଣିରେ ପାଦ ବୁଡ଼ାଇ ରଖନ୍ତି। ଏହାସହ ନଖରେ ଫଙ୍ଗସ୍ କମ କରିବା, ସ୍କ୍ରବ୍ କରିବା ଏବଂ ଦୁର୍ଗନ୍ଧ କମ କରିବା ପାଇଁ ମଧ୍ୟ ଏହା କରନ୍ତି।