fbpx

ଏଣିକି ଚାଷୀଙ୍କୁ ୨ହଜାର ଟଙ୍କା କିସ୍ତି ସହ ମିଳିବ ୩୦୦୦ ଟଙ୍କା ମାସିକ ପେନସନ୍, ଜାଣନ୍ତୁ କେମିତି ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀଙ୍କ ଆର୍ଥିକ ଲାଭ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ) ଅଧୀନରେ ସରକାର କୃଷକଙ୍କ ଆକାଉଣ୍ଟକୁ ୨୦୦୦ ର ୩ କିସ୍ତି ଅର୍ଥାତ୍ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟରେ ୧୧ଟି କିସ୍ତି ଅର୍ଥାତ୍ ୨୨,୦୦୦ ଟଙ୍କା ଟ୍ରାନ୍ସଫର ହୋଇସାରିଛି । ଚାଷୀଙ୍କ ଆର୍ôଥକ ସହାୟତା ତଥା ବୃଦ୍ଧାବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ସରକାର ପେନସନର ସୁବିଧା ‘ପିଏମ କିଷାନ ମାନଧନ ଯୋଜନା’ ଆରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅଧୀନରେ ଚାଷୀମାନଙ୍କୁ ୬୦ ବର୍ଷ ପରେ ପେନସନ୍ ଦିଆଯିବ । ଖାସ୍ କଥା ହେଉଛି ଯଦି ଆପଣ ପିଏମ କିଷାନରେ ଏକ ଆକାଉଣ୍ଟଧାରୀ, ତେବେ ଆପଣଙ୍କୁ କୌଣସି କାଗଜପତ୍ରର ଆବଶ୍ୟକତା ପଡିବ ନାହିଁ । ଆପଣ ସିଧାସଳଖ ପିଏମ କିଷାନ ମାନଧନ ଯୋଜନାରେ ପଞ୍ଜୀକରଣ କରିପାରିବେ । ଏହି ଯୋଜନାର ଅନେକ ଲାଭ ମଧ୍ୟ ଅଛି ।

ପିଏମ କିଷାନ ମାନଧନ ଯୋଜନାର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଯୋଜନା ଅଧୀନରେ ୬୦ ବର୍ଷ ବୟସ ପରେ ପେନସନ ବ୍ୟବସ୍ଥା ରହିଛି । ଅର୍ଥାତ୍ କୃଷକଙ୍କ ବୃଦ୍ଧାବସ୍ଥାକୁ ସୁରକ୍ଷା ଦେବା ପାଇଁ ସରକାର ଏହା ଆରମ୍ଭ କରିଛନ୍ତି । ୧୮ ବର୍ଷରୁ ୪୦ ବର୍ଷ ପର୍ଯ୍ୟନ୍ତ ଯେକୌଣସି କୃଷକ ଏହି ଯୋଜନାରେ ନିବେଶ କରିପାରିବେ । ଏହା ଅଧୀନରେ ଚାଷୀଙ୍କୁ ମାସିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ୍ ମିଳିଥାଏ ।

ମାନଧନ ଯୋଜନା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍ :-

୧. ଆଧାର କାର୍ଡ
୨. ପରିଚୟ ପତ୍ର
୩. ବୟସ ପ୍ରମାଣପତ୍ର
୪. ଆୟ ପ୍ରମାଣପତ୍ର
୫. ଜମିର ପ୍ରମାଣପତ୍ର
୬. ବ୍ୟାଙ୍କ ଆକାଉଣ୍ଟ୍ ପାସବୁକ୍
୭. ମୋବାଇଲ୍ ନମ୍ବର
୮. ପାସପୋର୍ଟ ଆକାରର ଫଟୋ

ଏହି ଯୋଜନାରେ ପଞ୍ଜୀକୃତ ଚାଷୀଙ୍କୁ ବୟସ ହିସାବରେ ମାସିକ ନିବେଶ ଉପରେ ୬୦ ବର୍ଷ ପରେ ସର୍ବନିମ୍ନ ୩୦୦୦ ଟଙ୍କା ଓଚ ସର୍ବାଧିକ ୩୬,୦୦୦ ଟଙ୍କାର ପେନସନ୍ ମିଳିବ । ଏଥିପାଇଁ ଚାଷୀମାନଙ୍କୁ ମାସିକ ୫୫ ରୁ ୨୦୦ ଟଙ୍କା ନିବେଶ କରିବାକୁ ପଡିବ । ପ୍ରଧାନମନ୍ତ୍ରୀ କିଷାନ ମାନଧନରେ ଫ୍ୟାମିଲି ପେନସନ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେଲେ ତାଙ୍କ ଜୀବନସାଥୀଙ୍କୁ ୫୦ ପ୍ରତିଶତ ପେନସନ୍ ମିଳିବ । ଫ୍ୟାମିଲି ପେନସନରେ କେବଳ ସ୍ୱାମୀ / ସ୍ତ୍ରୀ ସାମିଲ ।

Get real time updates directly on you device, subscribe now.