fbpx

Naked Yoga ଅଶ୍ଲୀଳ ନୁହେଁ: ଏହି ଯୋଗାଭ୍ୟାସ ନିୟମିତ କଲେ ମନ ଶାନ୍ତ ରହିବା ସହ ଆତ୍ମବିଶ୍ୱାସ ବଢ଼ିବ, ଆପଣଙ୍କୁ ମିଳିବ ୧୦ଟି ବଡ଼ ଫାଇଦା-ରିସର୍ଚ୍ଚ

ନୂଆଦିଲ୍ଲୀ: ନିୟମିତ ଯୋଗାଭ୍ୟାସ କରିବା ଆମ ସ୍ୱାସ୍ଥ୍ୟ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । ଯୋଗରେ ଅନେକ ପ୍ରକାରର ଆସନ ରହିଥିବା ବେଳେ ବର୍ତ୍ତମାନ ସମୟରେ ‘ନେକେଡ୍ ଯୋଗାସନ’କୁ ନେଇ ବହୁତ ଚର୍ଚ୍ଚା ହେଉଛି । ନେକେଡ୍ ଯୋଗର ଅର୍ଥ ହେଉଛି ଏହି ଯୋଗ କରିବା ସମୟରେ ଲୋକଙ୍କୁ ନିଜ ଶରୀରରୁ କପଡ଼ା ବାହାର କରିବାକୁ ପଡ଼ିଥାଏ । ନେକେଡ ଯୋଗ ଆପଣଙ୍କୁ ନିଜକୁ ଭଲ ପାଇବା ଶିଖାଇଥାଏ । ଏହି ଯୋଗ କରିବା ସମୟରେ ଶରୀରରେ କୌଣସି ବି କପଡ଼ା ରହିନଥାଏ । ଆମେରିକା, ଫାନ୍ସ, ଆଷ୍ଟ୍ରେଲିଆ ଓ ସ୍ପେନରେ ଏହି ଯୋଗର ବେଶ୍ ଟ୍ରେଣ୍ଡ ଚାଲିଛି ।

ମହିଳାମାନେ କେବଳ ଏହି ଯୋଗରେ ବିଶ୍ୱାସ କରନ୍ତି ତା’ ନୁହେଁ, ସେମାନେ ଏହାକୁ ବହୁତ ଆରାମରେ କରିପାରୁଛନ୍ତି । କିଛି ଦେଶରେ ଏପରି ଯୋଗକୁ ଖୋଲା ପଡ଼ିଆରେ କରାଯାଇଥାଏ । ସେଲିବ୍ରେଟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଏହାକୁ ଗ୍ରହଣ କରିଥାନ୍ତି । ଭାରତରେ ଏହି ଯୋଗକୁ ସର୍ବସାଧାରଣରେ କରା ନଯାଇ ବନ୍ଦ କୋଠରୀରେ କରାଯାଇଥାଏ । ଅନେକ ଲୋକ ଏହାକୁ ଅଶ୍ଲୀଳତା ସହିତ ଯୋଡ଼ିଥାନ୍ତି । ମାତ୍ର ଏଥିରେ ହେବାକୁ ଥିବା ଫାଇଦାକୁ ଅଣଦେଖା କରିହେବ ନାହିଁ ।

ନେକେଡ୍ ଯୋଗ କଲେ ଅନେକ ପ୍ରକାରର ଫାଇଦା ମିଳିଥାଏ । ଏହି ଯୋଗ କରୁଥିବା ଲୋକମାନେ କୌଣସି ପ୍ରକାରର ପ୍ରତିବନ୍ଧକ ଅନୁଭବ କରନ୍ତି ନାହିଁ । ଏହାଦ୍ୱାରା ମନ ଶାନ୍ତ ରହିବା ସହିତ ଶରୀର ଆତ୍ମା ସହିତ ସଂଯୋଗ ହୋଇଥାଏ । ଯଦି ଆପଣ ଅବସାନ ବା ଚାପରେ ରହୁଛନ୍ତି ତେବେ ବନ୍ଦ କୋଠରୀରେ ନେକେଡ୍ ଯୋଗ କରିବା ଆବଶ୍ୟକ । ଏହାଦ୍ୱାରା ଆପଣଙ୍କ ମୁଡ୍ ସ୍ୱିଙ୍ଗରେ ଫାଇଦା ମିଳିବ । ଏହି ଯୋଗ କରୁଥିବା ଲୋକମାନେ ନିଜକୁ ଅଧିକ ଆଜାଦ୍ ଅନୁଭବ କରନ୍ତି । ଏହାଦ୍ୱାରା ମାନସିକ ବିକାଶ ହୋଇଥାଏ । ଆପଣଙ୍କ ଆତ୍ମା ଆପଣଙ୍କ ଶରୀରକୁ ବୁଝିପାରେ । ଫଳରେ ଚାପ ଓ ଅବସାଦରୁ ମୁକ୍ତି ମିଳିଥାଏ ।

ନେକେଡ୍ ଯୋଗ ଶରୀରର ପୋଶ୍ଚରକୁ ସୁଧାରିବା ସହିତ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏଥିସହିତ ମାନସିକ ବିକାଶ ମଧ୍ୟ ହୋଇଥାଏ ଓ ଆତ୍ମବିଶ୍ୱାସ ମଧ୍ୟ ବଢ଼ିଥାଏ । ଆପଣ ଭିତରୁ ପଜିଟିଭ୍ ଅନୁଭବ କରିବେ ଓ ଆପଣଙ୍କର ମେଣ୍ଟ୍ରାଲ ଷ୍ଟ୍ରେସ, ଚିନ୍ତା, ଥକ୍କାପଣ, ଅବସାଦ ପରି ଗମ୍ଭୀର ବୀମାରୀ ଦୂର ହୋଇଥାଏ । ଏହି ଯୋଗ ନିୟମିତ କଲେ ଆପଣ ନିଜକୁ ପ୍ୟାର କରିବା ଆରମ୍ଭ କରିବେ । ନେକେଡ୍ ଯୋଗ ଆପଣଙ୍କ ଚେହେରାରେ ଗ୍ଲୋଇଂ ଆଣିବା ସହିତ ବଡି ଶେପକୁ ଅଧିକ ଭଲ କରିଥାଏ । ଏହାକୁ କଲେ ଅବସାନ ଆପଣଙ୍କ ପାଖ ମାଡ଼ିବ ନାହିଁ । ଏଥିସହିତ କେଶ ଓ ତ୍ୱଚାରେ ମଧ୍ୟ ଚମକ ଆସିଥାଏ ।

Get real time updates directly on you device, subscribe now.