fbpx

ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ: ମିଳୁନି ପତ୍ତା

Advertisement

ଆଠଗଡ଼: ମହାନଦୀକୁ ଡେଇଁ ଯୁବକ ନିଖୋଜ । ମୁଣ୍ଡଳି ବ୍ରିଜ ଉପରେ ସ୍କୁଟି ରଖି ଯୁବକ ଜଣକ ଡେଇଁ ପଡ଼ିଥିବା ସୂଚନା ମିଳିଛି । ଯୁବକ ଜଣକ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ବୋଲି ଜଣାପଡିଛି । ଯୁବକଙ୍କ ଡିଏଲ ଓ ପ୍ୟାନ୍ କାର୍ଡ ଗାଡ଼ିରୁ ମିଳିବା ପରେ ଖୋଳତାଡ ଜାରି ରହିଛି ।

ତେବେ ଆଜି ସକାଳ ପ୍ରାୟ ୮ଟା ବେଳେ ଜଣେ ଯୁବକ ସ୍କୁଟିରେ ମୁଣ୍ଡଳି ବ୍ରିଜ ଉପରକୁ ଆସିଥିଲେ। ବ୍ରିଜ ଉପରେ ଗାଡ଼ିଟି ରଖିଦେଇ ହଠାତ୍‌ ସେ ପାଣିକୁ ଡେଇଁପଡ଼ିଥିଲେ। ପ୍ରତ୍ୟକ୍ଷଦର୍ଶୀ ଏହା ଦେଖି ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ହେଲେ ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନି। କ’ଣ ପାଇଁ ଯୁବକଜଣକ ଏପରି ଚରମ ପଦକ୍ଷେପ ନେଲେ ତାହା ପଛରେ କାରଣ କ’ଣ ରହିଛି ତାହା ସ୍ପଷ୍ଟ ହୋଇପାରିନି। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମହାନଦୀରେ ବନ୍ୟା ପାଣି ଯୋଗୁ ସ୍ରୋତ ପ୍ରଖର ଥିବାରୁ ଖୋଜାଖୋଜି ବାଧାପ୍ରାପ୍ତ ହେଉଛି।

Get real time updates directly on you device, subscribe now.