fbpx

ଗୋଟିଏ ମଣ୍ଡପରେ ୨ ଯୁବତୀଙ୍କୁ ସିନ୍ଦୁର ପିନ୍ଧାଇଲେ ଯୁବକ: ଦୁହିଁଙ୍କ ସହ ଥିଲା ପ୍ରେମସମ୍ପର୍କ, ଜଣେ ତ ବାହାଘର ପୂର୍ବରୁ ମା’…

ନୂଆଦିଲ୍ଲୀ: ଝାଡଖଣ୍ଡର ଭଣ୍ଡାରା ବ୍ଲକର ବାନ୍ଦାଗାଇ ଗାଁରୁ ପ୍ରେମ ସମ୍ପର୍କର ଏକ ନିଆରା ମାମଲା ସାମ୍ନାକୁ ଆସିଛି । ସେଠାରେ ଗୋଟିଏ ଫୁଲକୁ ୨ଟି ମାଳି ଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଜଣେ ଯୁବକ ଗୋଟିଏ ମଣ୍ଡପରେ ୨ ଯୁବତୀଙ୍କୁ ବିବାହ କରିଥିବା ଜଣାପଡିଛି । କୁହାଯାଉଛି ଯେ, ଦୁହିଁଙ୍କ ସହ ଅନେକ ସମୟ ଧରି ପ୍ରେମ ସମ୍ପର୍କ ରଖିଥିଲେ ଯୁବକ । ଆଶ୍ଚର୍ଯ୍ୟକର କଥା ହେଉଛି କି, ବାହାଘର ପୂର୍ବରୁ ଜଣେ ଯୁବତୀ ମା’ ମଧ୍ୟ ହୋଇସାରିଥିଲେ ।

ସୂଚନା ଅନୁସାରେ, ସନ୍ଦୀପ ଅନେକଥର ୨ ଯୁବତୀଙ୍କ ସହ ବିବାଦ ମଧ୍ୟ କରିଥିଲେ । ମାମଲା ଗାଁ ପର୍ଯ୍ୟନ୍ତ ପହଞ୍ଚିଥିଲା । ରବିବାର ଦିନ ଗ୍ରାମବାସୀ ଏକ ସାମାଜିକ ବୈଠକ କରି ୨ ଯୁବତୀଙ୍କ ସହ ସନ୍ଦିପଙ୍କର ବାହାଘର କରିଥିଲେ । ବାହାଘର ଉତ୍ସବରେ ଗ୍ରାମବାସୀ ଓ ଯୁବତୀଙ୍କ ସନ୍ତାନ ମଧ୍ୟ ସାମିଲ ହୋଇଥିଲେ ।

ତେବେ ପତରାଟୋଲି ଗାଁର ସନ୍ଦିପ ଗତ ୩ ବର୍ଷ ଧରି ଧନାମୁନ୍ଜି ଗାଁର କୁସୁମଙ୍କୁ ପ୍ରେମ କରୁଥିଲେ । ବାହାଘରର ପୂର୍ବରୁ ତାଙ୍କର ଏକ ପୁଅ ମଧ୍ୟ ଜନ୍ମ ହୋଇସାରିଥିଲା । ଅନ୍ୟ ଜଣେ ଯୁବତୀ ଶ୍ୱାତୀଙ୍କ ସହ ଯୁବକଙ୍କ ପ୍ରେମ ସମ୍ପର୍କ ଏକ ବର୍ଷ ଧରି ଚାଲିଥିଲା । ପଶ୍ଚିମବଙ୍ଗର ଇଟାଭାଟିରେ କାମ କରୁଥିବା ବେଳେ ସନ୍ଦିପ ଶ୍ୱାତିଙ୍କୁ ଭେଟିଥିଲେ ।

ଗୋଟିଏ ଯୁବକ ସହ ୨ ଯୁବତୀଙ୍କ ପ୍ରେମ ସମ୍ପର୍କ ରହିବା କାରଣରୁ ଅନେକଥର ବିବାଦ ହୋଇଥିଲା । ଏହାପରେ ଗ୍ରାମବାସୀ ଓ ଘରଲୋକଙ୍କ ସହମତିରେ ୨ ଯୁବତୀଙ୍କୁ ଏକା ସାଙ୍ଗରେ ଗୋଟିଏ ମଣ୍ଡପରେ ବିବାହ କରିଥିଲେ ସନ୍ଦିପ ।

Get real time updates directly on you device, subscribe now.