fbpx

ଆପଣଙ୍କ childish behaviour ପାଇଁ ଦୂରେଇଯିବେ ପାର୍ଟନର, ଏପରି ଭୁଲ ଠାରୁ ଦୂରେଇ ରୁହନ୍ତୁ

ଓଡ଼ିଶା ଭାସ୍କର: ନୂଆ ନୂଆ ପ୍ରେମ ସମ୍ପର୍କ ବହୁତ ମିଠା ଲାଗେ । ଅଧିକାଂଶ କପଲ ସମ୍ପର୍କର ପ୍ରାରମ୍ଭରେ ଉତ୍ସାହିତ ଥାନ୍ତି । ପାର୍ଟନରକୁ ଖୁସି କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ବେଳେ ବେଳେ ପାର୍ଟନରଙ୍କ ଭୁଲକୁ ବି ନଜରଅନ୍ଦାଜ କରିଦିଅନ୍ତି । ବିଶେଷ କରି ଅପରିପକ୍ୱ ବୟସ ବା ଟିନଏଜର ସମୟରେ ଭଲପାଇବା ହେଲେ ଏପରି ସମସ୍ୟା ଦେଖାଦେଇଥାଏ । କିନ୍ତୁ ଆଜିକାଲି ପରିପକ୍ୱ ବୟସରେ ଭଲପାଇବା ହେଲେ ମଧ୍ୟ ପାର୍ଟନରମାନଙ୍କ ପିଲାଳିଆମି ପାଇଁ ସମ୍ପର୍କରେ ଫାଟ ଦେଖାଦେଇଥାଏ । ଏହାର କାରଣ ହେଉଛି ଇମୋସନାଲ ଇମମେଚ୍ୟୁରିଟି । ତେବେ ଆସନ୍ତୁ ଜାଣିବା ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବା ପାଇଁ କେଉଁ ସବୁ ଭୁଲ କରିବା ଠାରୁ ଦୂରେଇ ରହିବା ଉଚିତ ।

୧. ଦାୟିତ୍ୱରୁ ଦୂରେଇବା: ସମ୍ପର୍କ ଭାଙ୍ଗିବା ସହଜ ହୋଇଥାଏ କିନ୍ତୁ ସମ୍ପର୍କ ଗଢ଼ିବା କଷ୍ଟକର । ସମ୍ପର୍କ ପ୍ରତି କପଲ ଦୟିତ୍ୱବାନ ହେବା ଆବଶ୍ୟକ । ସବୁବେଳେ ଅନ୍ୟ ପାର୍ଟନର ସମ୍ପର୍କର ଦାୟିତ୍ୱ ତୁଲାଇବା ନେଇ ଆଶବାଦୀ ରହିବା ଉଚିତ ନୁହେଁ । ଏହା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

୨. ଭାବନା ଉପରେ ନିୟନ୍ତ୍ରଣ: ବେଳେ ବେଳେ କୌଣସି କଥାକୁ ନେଇ ପାର୍ଟର ଜଣଙ୍କ ଅନ୍ୟ ପାର୍ଟନରଙ୍କ ଉପରେ କ୍ରୋଧିତ ହୋଇଥାନ୍ତି । ଅଧିକାଂଶ ସମମୟରେ ଭାବପ୍ରବଣ ହୋଇ କାନ୍ଦିଥାନ୍ତି । ସେମାନେ ନିଜ ଭାବନା ଉପରେ ନିୟନ୍ତ୍ରଣ ହରାଇଥାନ୍ତି ଯାହା ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବାରେ ବାଧା ସୃଷ୍ଟି କରିଥାଏ । ମନେ ରଖନ୍ତୁ ରାଗିଥିବା ସମୟରେ ପାର୍ଟନରଙ୍କୁ ଏପରି କଥା କୁହନ୍ତୁ ନାହିଁ ଯେଉଁଥିପାଇଁ ପରେ ଅନୁତାପ କରିବାକୁ ପଡ଼ିବ ।

୩. କଥା କଥାରେ ରୁଷିବା: ଭଲପାଇବାରେ ରାଗ, ରୁଷା, ମାନ, ଅଭିମାନ ରହିବା ଜରୁରୀ । ଅନ୍ୟ ପାର୍ଟନରକୁ ମନେଇବା ସମ୍ପର୍କକୁ ଦୃଢ଼ କରିବାରେ ସହାୟକ ହୋଇଥାଏ । କିନ୍ତୁ ଟିକେ ଟିକେ କଥାରେ ରୁଷିବା, ପ୍ରତିକ୍ରିୟାଶୀଳ ହେବା ଇତ୍ୟାଦି ଇମମେଚ୍ୟୁରିଟିର ଲକ୍ଷଣ ଅଟେ । ଫଳରେ ସେମାନେମ ଅନ୍ୟ ପାର୍ଟନର ସହ କଥାବାର୍ତ୍ତା ବନ୍ଦ କରିଦିଅନ୍ତି । ପରସ୍ପର ମଧ୍ୟରେ ଭୁଲ ବୁଝାମଣା ଥିଲେ ସମୟ ଥାଉ ଥାଉ ଶୀଘ୍ର ସମାଧାନ କରିଦିଅନ୍ତୁ ।

୪. ଡିଫେନସିଭ୍ ହେବା: ଅନେକ ସମୟରେ ଦେଖାଯାଏ ପାର୍ଟନରମାନେ ସମ୍ପର୍କକୁ ନେଇ ବେଶି possessive ଥାନ୍ତି । ସମ୍ପର୍କ ଭାଙ୍ଗିଯିବା ନେଇ ସେମାନଙ୍କ ମନରେ ଏକ ପ୍ରକାର ଭୟ ବସା ବାନ୍ଧିଥାଏ । ଏହା ଅନ୍ୟ ପାର୍ଟନର ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ଫଳରେ ସମ୍ପର୍କରେ ତିକ୍ତତା ଦେଖାଦେଇଥାଏ ।

୫. ନିଜ ବିଷୟରେ ଭାବିବା: ଅଧିକାଂଶ କ୍ଷେତ୍ରରେ ପାର୍ଟନର ନିଜ ଫାଇଦା ବିଷୟରେ ଚିନ୍ତା କରିଥାନ୍ତି । ବେଳେ ବେଳେ ଅନ୍ୟ ପାର୍ଟନର ସହ ଆଲୋଚନା ନ କରି କିଛି ନିଷ୍ପତ୍ତି ନେଇଥାନ୍ତି । ଏପରି ବ୍ୟବହାର ଅନ୍ୟ ପାର୍ଟନରକୁ ଦୁଃଖିତ କରିଥାଏ । ଏହା ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ଏଭଳି ଛୋଟ ଛୋଟ ଭୁଲ ପାଇଁ ସୁନ୍ଦର ସମ୍ପର୍କ ନଷ୍ଟ ହୋଇଯାଏ ।

Get real time updates directly on you device, subscribe now.