fbpx

Google Chromeକୁ ନେଇ ନୂଆ ଖୁଲାସା: ସତର୍କ ରୁହନ୍ତୁ ଆପଣଙ୍କ ସମସ୍ତ ଗତିବିଧିକୁ କରାଯାଉଛି ଟ୍ରାକ୍

ନୂଆଦିଲ୍ଲୀ: ଆପଣଙ୍କ ମୋବାଇଲ ଫୋନରେ ଇନଷ୍ଟଲ ହୋଇଥିବା କ୍ରୋମ ବ୍ରାଉଜର ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ନଜର ରଖୁଛି । ଆପଣମାନେ ହୁଏତ ଏନେଇ ଅଜଣା ଥିବେ ଯେ ଏହି କାର୍ଯ୍ୟ ଆପଣଙ୍କର ବିନା ଅନୁମତିରେ କରାଯାଉଛି । କମ୍ପାନୀ ଆପଣଙ୍କର ଲୋକେସନକୁ ଟ୍ରାକ କରିବା ସହିତ ସମସ୍ତ ପ୍ରକାର କ୍ରିଟିକାଲ ଡାଟାକୁ ମନିଟର କରୁଛି । ତେବେ ଯଦି ୟୁଜର୍ସ ଚାହିଁବେ, ଏହାକୁ ରୋକିପାରିବେ ବୋଲି ଗୁଗଲ ସଫେଇ ଦେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

କିଛିଦିନ ପୂର୍ବରୁ ଫେସବୁକକୁ ନେଇ ଏପରି କିଛି ଗୁଜବ ଉଠିଥିଲା । ଫେସବୁକ ଏକ୍ସିଲରୋମିଟର ସହାୟତାରେ ନିଜର ୟୁଜର୍ସଙ୍କ ଲୋକେସନ ଚେକ୍ କରୁଥିବା ଜଣାପଡ଼ିଥିଲା । ୟୁଜର୍ସ ପ୍ରାଇଭେସି ସେଟିଙ୍ଗସକୁ ଯାଇ ଟ୍ରାକିଂ ଅପ୍ସନ ବନ୍ଦକୁ କରିବା ପରେ ମଧ୍ୟ ଡାଟା ଟ୍ରାକ କରୁଥିବା ଫେସବୁକ ଉପରେ ଆରୋପ ଲାଗିଥିଲା । ତେବେ ଏକ୍ସିଲରୋମିଟର ଦ୍ୱାରା ଡାଟା ଟ୍ରାକ କରୁନଥିବା ଫେସବୁକ ଶେଷରେ ସ୍ପଷ୍ଟୀକରଣ ଦେଇଥିଲା । ଅନୁରୂପ ଭାବେ କ୍ରୋମ ବ୍ରାଉଜର ସହାୟତାରେ ଗୁଗଲ ସେହି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଆପଲ ତୁଳନାରେ ଗୁଗଲ ନିଜର ୟୁଜର୍ସଙ୍କ ଡାଟା ୨୦ ଗୁଣ ଅଧିକ କଲେକ୍ସନ କରୁଥିବା ମଧ୍ୟ କୁହାଯାଇଛି । ଏହି ରିପୋର୍ଟକୁ ନେଇ ଗୁଗଲ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି । ଟମି ମାଇସ୍କ ନାମକ ଜଣେ ରିସର୍ଚ୍ଚର ନିଜର ବ୍ଲଗ ପୋଷ୍ଟରେ ଏନେଇ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.