fbpx

ଆଇପିଏଲ୍‌ ସୁରକ୍ଷା ଉଲ୍ଲଂଘନ: ମ୍ୟାଚ ଚାଲିଥିବା ବେଳେ ପଡିଆ ଭିତରକୁ ପଶି ଆସିଲେ କ୍ରିକେଟ ପ୍ରେମୀ ଦର୍ଶକ, ଯୁବକଙ୍କୁ ବାନ୍ଧିଲା ପୋଲିସ

Advertisement

ପୁଣେ: ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଗତକାଲି ଅନୁଷ୍ଠିତ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ମ୍ୟାଚ ଅବସରରେ ଜନୈକ ଦର୍ଶକ ଆଇପିଏଲ ସୁରକ୍ଷା ବଳୟ ଅତିକ୍ରମ କରି ଷ୍ଟାଡିୟମ ଭିତରେ ଅନୁ ପ୍ରବେଶ କରିବା ଘଟଣା ନେଇ ସ୍ଥାନୀୟ ପୋଲିସ ଜଣଙ୍କୁ ଗିରଫ କରିଛି । ମ୍ୟାଚ ଚାଲିଥିବା ସମୟରେ ଏପରି ତ୍ରୁଟି କରି ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ କ୍ରମେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେ ପଡିଆ ଭିତରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଭେଟିବା ପାଇଁ ଇଛା କରି ଥିଲା ବୋଲି ଉକ୍ତ ଅଭିଯୁକ୍ତ ଯୁବକ ପୋଲିସକୁ କହିଛି । ଆଇପିସିର ଧାରା ୪୪୭ ଓ ୩୬୩ ବଳରେ ପୋଲିସ ଏତଲା ଦାୟର କରିଛି । ଉକ୍ତ ଯୁବକର ନାମ ଦଶରଥ ଯାଦବ । ବୟସ ୨୬ ବର୍ଷ ବୋଲି ଜଣା ପଡିଛି ।

Get real time updates directly on you device, subscribe now.