(See Video): ଯୁବକଟି ରୟାଲ ଏନଫିଲ୍ଡ ପରି ଶକ୍ତିଶାଳୀ ବାଇକର ତାଲା ମାତ୍ର ୨୦ ସେକେଣ୍ଡରେ ଭାଙ୍ଗି ଦେଉଛି

ନୂଆଦିଲ୍ଲୀ: ଆଜିକାଲି ବାଇକ ଚୋରି କରିବା ପାଇଁ ଚୋରମାନେ ନୂଆ ନୂଆ କୌଶଳକୁ ଆପଣାଉଛନ୍ତି । ତେବେ ଆପଣମାନେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକ ବାଇକର ଲକ୍ ଚୋରଟିଏ ମାତ୍ର ୨୦ ସେକେଣ୍ଡରେ ଭାଙ୍ଗି ଦେଉଛି । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏଭଳି ଏକ ଚତୁର ଚୋର ପୋଲିସ ହାବୁଡ଼ରେ ପଡ଼ିଛି । ଦୁଇଜଣ ଯୁବକ ଅତ୍ୟଧିକ ସୁରକ୍ଷାଯୁକ୍ତ ରୟାଲ ଏନଫିଲ୍ଡର ତାଲା ଭାଙ୍ଗି ଲୁଟି କରିନେଇଥିଲେ । ଉକ୍ତ ଦୁଇ ଯୁବକଙ୍କୁ ସିଟି ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ତେବେ ପୋଲିସ ନିକଟରେ ଜଣେ ଚୋର ବାଇକ୍ ଚାବି ଭାଙ୍ଗିବାର ଏକ ଡେମୋ ଦେଖାଇଛି । ବାଇକର ଲକ୍ ଭାଙ୍ଗୁଥିବା ଉକ୍ତ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଯୁବକମାନେ ବୁଲେଟ ଚୋରି କରିବା ପରେ ଡିଡି ନଗର ସ୍ଥାନୀୟ ଅଞ୍ଚଳରେ ତାହାକୁ ଲୁଚାଇବାକୁ ଆସିଥିଲେ । ଏନେଇ ପୋଲିସ ନିକଟରେ ଖବର ପହଞ୍ଚିବା ପରେ ସିଟି ଏସପି ଏକ ଟିମ୍ ଗଠନ କରି ଅପରେସନ ଆରମ୍ଭ କରିଦେଇଥିଲେ । ଯୁବକମାନେ ଉକ୍ତ ସ୍ଥାନରେ ପହଞ୍ଚିବା କ୍ଷଣି ପୋଲିସ ଟିମ୍ ସେମାନଙ୍କୁ ଘେରିଯାଇଥିଲା । ତେବେ ଗିରଫ ହୋଇଥିବା ଦୁଇ ଯୁବକଙ୍କ ନାମ ଶ୍ୟାମ ଗୁରଜାର ଓ ବଜନା ଗୁରଜ । ସେମାନେ ଦୁହେଁ ମୋରେନା ଜିଲ୍ଲାର ବୋଲି ଜଣାପଡ଼ିଛି । ବଜାରରେ ଏହି ବାଇକକୁ ଅଧିକ ଦାମରେ ବିକ୍ରି କରିବା ଉଦ୍ଦେଶ୍ୟରେ ସେମାନେ ଚୋରି କରିଥିଲେ ବୋଲି ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।