fbpx

‘ପ୍ରେମରେ ପଡିଥିବା ଯୁବକ ବି ସୁରକ୍ଷିତ ଭବିଷ୍ୟତର ହକଦାର୍’: ଅଭିଯୁକ୍ତ ଯୁବକକୁ ଜାମିନ୍ ଦେଲେ ପୋକ୍ସୋ କୋର୍ଟ

ମୁମ୍ବାଇ: ପ୍ରେମରେ ପଡିଥିବା ଯୁବକଙ୍କ ଭବିଷ୍ୟତକୁ ନେଇ ଗୁରୁତ୍ୱପୂର୍ଣ୍ଣ ଣୁଣାଣି କରିଛନ୍ତି ପୋକ୍ସୋ କୋର୍ଟ । ୨୦ ବର୍ଷୀୟ ଯୁବକ ଯଦି ଏକ ନାବାଳିକା ସହ ପ୍ରେମ ସମ୍ପର୍କରେ ଥାଏ, ତେବେ ସେ ସ୍ଥିର ଓ ସୁରକ୍ଷିତ ଭବିଷ୍ୟତର ହକଦାର ବୋଲି କୋର୍ଟ କହିଛନ୍ତି । ସ୍ୱତନ୍ତ୍ର ପୋକ୍ସୋର କୋର୍ଟ ମୁମ୍ବାଇର ଜଣେ ଛାତ୍ରଙ୍କୁ ଉପରୋକ୍ତ ମାମଲାରେ ଜାମିନ ଦେଇଛନ୍ତି, ଯେ ନିଜର ୧୬ ବର୍ଷୀୟ ‘ପ୍ରେମିକା’କୁ ନେଇ ପଳାଇଥିଲା । ଛାତ୍ରଙ୍କ ଉପରେ ନାବାଳିକାଙ୍କ ପରିବାର ଲୋକେ ଅପହରଣ ଓ ବଳତ୍କାରର ଅଭିଯୋଗ କରିଛନ୍ତି ।

ତେବେ ଅଭିଯୁକ୍ତ ୨୧ ବର୍ଷର ବାଳକ ୩୦ ଦିନ ଜେଲରେ ବିତାଇଥିଲେ । ପୋକ୍ସୋ କୋର୍ଟ ତାଙ୍କୁ ଜାମିନ ଦେବା ନିଷ୍ପତ୍ତିରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରିଥିଲେ, ଯାହାକି ନାବାଳିକାମାନଙ୍କ ମଧ୍ୟରେ ଯୌନ ପରିପକ୍ୱତା ଓ ଏପରି ମାମଲାରେ ବିଚାର କରାଯିବାକୁ ଥିବା କାରକ ଉପରେ ଟିପ୍ପଣୀ କରାଯାଇଥିଲା । ପୋକ୍ସୋ କୋର୍ଟ ତାଙ୍କ ରାୟରେ କହିଛନ୍ତି, ‘ବର୍ତ୍ତମାନ ମାମଲାରେ ବମ୍ବେ ହାଇକୋର୍ଟର ପୁରୁଣା ଆଦେଶ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ । କେବଳ ଏହି ପ୍ରେମ ସମ୍ପର୍କରେ ସହମତି ନଥିବାରୁ , ୨୧ ବର୍ଷୀୟ ଅଭିଯୁକ୍ତକୁ ଜେଲରେ ରଖିବା ଉଚିତ୍ ନୁହେଁ । ତାଙ୍କ ଆଗରେ ପୁରା ଭବିଷ୍ୟତ ଅଛି । ତାଙ୍କୁ ବୃତ୍ତିଗତ ଅପରାଧୀଙ୍କ ସହିତ ଜେଲରେ ରଖିବାର ଆବଶ୍ୟକତା ନାହିଁ । ତାଙ୍କର ଅପରାଧିକ ପୃଷ୍ଠଭୂମି ମଧ୍ୟ ନାହିଁ ।’

Get real time updates directly on you device, subscribe now.