ନୂଆଦିଲ୍ଲୀ: ନିଜ ପ୍ରେମିକାକୁ ଖୁସି କରାଇବା ପାଇଁ ସିଂହର ଗୁମ୍ଫାକୁ ଯାଇଥିଲେ । ସ୍ତ୍ରୀକୁ ଭିଡିଓ କରି ସିଂହ ଦେଖାଯାଉଥିବା ବେଳେ ଚାଲିଗଲା ଜୀବନ । ଉଜବେକିସ୍ତାନର ପାରକେଣ୍ଟରୁ ସାମ୍ନାକୁ ଆସିଛି ଏହି ଦୃଦୟ ବିଦାରଣ ଘଟଣା । ମୃତ ବ୍ୟକ୍ତିଙ୍କ ନାମ ଜୁକିପର ଏଫ ଇରିସ୍କୁଲୋଭ ବୋଲି ଜଣାପଡିଛି ।
ଏହି ସମୟର ଛାତିଥରା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଖବର ଅନୁସାରେ, ଡିସେମ୍ବର 17 ତାରିଖର ଏହି ଭିଡିଓ ଅଟେ । ଜୁକିପର ନିଜ ପ୍ରେମିକାକୁ ଖୁସି କରାଇା ପାଇଁ 3ଟି ସିଂହ ଥିବା ପିଞ୍ଜରାକୁ ପସିଯାଇଥିଲେ । ତାଲା ଖୋଲି ଭିତରକୁ ଯିବା ବେଳେ ସିଂହମାନେ ଶାନ୍ତିରେ ଶୋଇଥିବା ଦେଖାଯାଇଥିଲା । ସେଠାରେ ସିଂହମାନଙ୍କୁ ବାରରମ୍ବାର ଡାକି ଭିଡିଓ କରୁଥିଲେ ।
ଏହି ସମୟରେ ଏକ ସିଂହ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ତେବେ ଜୁକିପର ଜାଣିପାରିନଥିଲେ ଏହା ତାଙ୍କ ଜୀବନର ଶେଷ ଭିଡିଓ ହେବ । ସିଂହ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ । ତେବେ ତାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପ୍ରେମିକାକୁ ଖୁସି କରାଉ କରାଉ ଜୀବନ ଚାଲିଯାଇଥିଲା ।
(Daily Mail) A shocking video shows the moment a zookeeper is fatally attacked and eaten alive by lions after going inside their cage to ‘impress his girlfriend’.
The guard, named as F. Iriskulov, 44, unknowingly caught his final moments on camera as he filmed himself entering… pic.twitter.com/lVIkisFnmG
— RebelwithoutaReason (@RebelwoaReason) December 31, 2024