fbpx

କରୋନା ଭାଇରସ ପାଇଁ ଆରମ୍ଭ ହେଲା ଥର୍ମାଲ ସ୍କ୍ରିନିଂ

ନୂଆଦିଲ୍ଲୀ, ୧୩ା୨: କରୋନା ଭାଇରସକୁ ନେଇ କେନ୍ଦ୍ର ସରକାର ଗମ୍ଭୀର ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ରାଜ୍ୟ ଗୁଡ଼ିକ ସହିତ କେନ୍ଦ୍ର ସରକାର ସମ୍ପର୍କରେ ଅଛନ୍ତି । କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି । ଦେଶର ୨୧ଟି ବିମାନବନ୍ଦରରେ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଗତ ୧୭ରୁ କରୋନାକୁ ନେଇ ଆଡ଼ଭାଇଜରି ମଧ୍ୟ ଜାରି କରାଯାଇଥିଲା । ଏହାସହ ଦେଶର ୧୫୯୯୧ ନାଗରିକଙ୍କୁ ନିରୀକ୍ଷଣରେ ରଖାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଆଜି ସୁଦ୍ଧା ଚୀନରେ କରୋନା ଭାଇରସରେ ୧୩୬୧ଜଣଙ୍କ ମୃତ୍ୟୁ ହୋଇଛି । ହୁବେଇରେ ଗୋଟିଏ ଦିନରେ ୨୪୨ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ଆକ୍ରାନ୍ତ ସଂଖ୍ୟା ୧୫ହଜାରକୁ ବୃଦ୍ଧି ପାଇଛି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦ହଜାର ଟପିଛି ।

ସେହିପରି ଆଜି ଭାରତର କୋଲକାତାରୁ ମଧ୍ୟ ଦୁଇ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଏୟାରପୋର୍ଟରୁ ଦୁଇ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି । ବ୍ୟାଙ୍କକରୁ କୋଲକାତା ଆସୁଥିଲେ ସେହି ଦୁଇ ଯାତ୍ରୀ ।

Get real time updates directly on you device, subscribe now.