ODISHATOP STORIES

୭ ଟ୍ରକ ଜାଳିଦେଲେ ମାଓବାଦୀ

ରାଉରକେଲା, ୧୬ା୧୦, (ଓଡ଼ିଶା ଭାସ୍କର) : ଦେଶର ବିଭିନ୍ନ ରାଜ୍ୟରେ ମାଓ ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ମଙ୍ଗଳବାର ଝାଡଖଣ୍ଡ ବନ୍ଦ ପାଳନ ବେଳେ ଓଡ଼ିଶା ଝାଡଖଣ୍ଡ ସୀମାନ୍ତ ଲୋହାରଦାଗାରେ ମାଓବାଦୀମାନେ ୭ଟି ଟ୍ରକରେ ନିଆଁଲଗାଇ ପୋଡି ଦେଇଥିବା ବେଳେ ବିସ୍ଫୋରଣରେ ଏକ ରେଳଧାରଣା ଉଡାଇ ଦେଇଥିବା ସୂଚନା ମିଳିଛି । ଫଳରେ ଦିଲ୍ଲୀ-ଗୟା-ହାୱଡ଼ା ରୁଟ୍ରେ ରେଳ ଚଳାଚଳ ବନ୍ଦ ରହିଛି । ମାଓବାଦୀଙ୍କ ଏହି କାଣ୍ଡ ପରେ ସେମାନେ ସେଠାରୁ ଫେରାର ହୋଇଯାଇଛନ୍ତି । ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ମାଓବାଦୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଘଟଣାସ୍ଥଳରେ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି । ସେମାନେ ଘଟଣା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close