fbpx

ଏଲ୍‌ପିଜି ସିଲିଣ୍ଡର ଠାରୁ ଶସ୍ତା ହେବ ପିଏନ୍‌ଜି କନେକ୍ସସନ, ୩ଶହରୁ ଅଧିକ ଟଙ୍କା ସଞ୍ଚୟ କରିପାରିବେ ଉପଭକ୍ତା

ନୂଆଦିଲ୍ଲୀ : ଆମେ ରୋଷେଇ ପାଇଁ ବ୍ୟବହାର କରୁଥିବା ଏଲ୍‌ପିଜି ସିଲିଣ୍ଡରର ଦର ପ୍ରତି ମାସରେ କିଛି କିଛି ଟଙ୍କା ବଢ଼ିବାରେ ଲାଗିଛି । ଏହାଦ୍ୱାରା ସମାଜର ନିମ୍ନବର୍ଗ, ନିମ୍ନ ମଧ୍ୟବିତ୍ତ ବର୍ଗ ଓ ମଧ୍ୟବିତ୍ତ ବର୍ଗର ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି । ତେବେ ଆଗକୁ ସରକାର ସବୁ ଘରକୁ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଇବାକୁ ଲକ୍ଷ୍ୟ ରଖି କାମ ଆରମ୍ଭ କରିସାରିଛନ୍ତି । ଏହି ପିଏନ୍‌ଜି ଗ୍ୟାସ୍‌ର ମୂଲ୍ୟ ବର୍ତ୍ତମାନ ଆମେ ବ୍ୟବହାର କରୁଥିବା ଏଲ୍‌ପିଜି  ଗ୍ୟାସ୍‌ ଠାରୁ କମ୍‌ ରହିବ ବୋଲି ଜଣାପଡ଼ିଛି । ଗୋଟିଏ ଏଲ୍‌ପିଜି ସିଲିଣ୍ଡର ଲାଗି ଉପଭୋକ୍ତାଙ୍କୁ ଯେଉଁଠି ହାରାହାରି ୯୦୦ ଟଙ୍କା ଦେବାକୁ ପଡ଼ୁଛି ସେଠି ପିଏନ୍‌ଜି ଗ୍ୟାସ୍‌ କନେକ୍ସସନ ନେଲେ ତାଙ୍କୁ ମାସିକ ୫୮୬.୪୬ ଟଙ୍କା ଦେବାକୁ ହେବ ।

ଯଦ୍ୱାରା ପିଏନ୍‌ଜି ସଂଯୋଗଧାରୀ ଉପଭୋକ୍ତାଙ୍କ ମାସିକ ୩୧୩.୦୪ ଟଙ୍କା ସଞ୍ଚିତ ହୋଇପାରିବ । ଅନ୍ୟପଟେ ପିଏନ୍‌ଜି ସଂଯୋଗଧାରୀଙ୍କୁ ବ୍ୟବହାର ଅନୁଯାୟୀ ଦେୟ ଦେବାକୁ ପଡ଼ିବ । ଶୀତ ଦିନେ ଏଲ୍‌ପିଜି ସିଲିଣ୍ଡରର ଗ୍ୟାସ ତଳେ ଜମିଯାଇଥାଏ । କିନ୍ତୁ ପିଏନ୍‌ଜିରେ ଏଭଳି ସମସ୍ୟା ନଥାଏ । ଆଗକୁ ମୋଦୀ ସରକାର ଦେଶର ୭୦% ହିତାଧିକାରୀଙ୍କ ପରିବାରକୁ ପିଏନ୍‌ଜି ସଂଯୋଗ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶର ପାଖାପାଖି ୪ଶହ ଜିଲ୍ଲାରେ ପ୍ରାୟ ୪ କୋଟି ପିଏନଜି ସଂଯୋଗ ଦିଆଯିବ । ଦେଶର ୨୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ମୋଟ୍‌ ୨୨୮ଟି ଅଞ୍ଚଳ ପାଇଁ ବିଭିନ୍ନ କମ୍ପାନୀଙ୍କୁ ସିଏନ୍‌ଜି ଓ ପିଏନ୍‌ଜି ଲାଇସେନ୍ସ ପ୍ରଦାନ କରାଯିବାକୁ କେନ୍ଦ୍ର ସରକାର ମନସ୍ଥ କରିଛନ୍ତି ।

Get real time updates directly on you device, subscribe now.