ଦିଲ୍ଲୀ DND ଫ୍ଲାଇ ଓ୍ବେକୁ ନେଇ ଆସିଲା ସୁପ୍ରିମ କୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ- ଦିଲ୍ଲୀ ଓ ନୋଏଡାକୁ ସଂଯୋଗ କରୁଥିବା ଡିଏନଡି ଫ୍ଲାଇୱେରେ ହେବନି ଟୋଲ ଆଦାୟ । ୨୦୧୬ରେ ଇଲାହାବାଦ ହାଇକୋର୍ଟ ଦେଇଥିବା ରାୟକୁ ରଖିଲେ ବଳବତ୍ତର । ପୂର୍ବରୁ ଉତ୍ତର ଇଲାହାବାଦ ହାଇକୋର୍ଟ ଟୋଲଗେଟ ଆଦାୟ ନ କରିବାକୁ ଦେଇଥିଲେ ରାୟ ।

ସୁପ୍ରିମ କୋର୍ଟ କହିଛନ୍ତି, ଡିଏନଡି ଟୋଲ ବ୍ରିଜ କମ୍ପାନୀ ସହ ହୋଇଥିବା ଏଗ୍ରିମେଣ୍ଟ କହୁଛି କି ସେ ସବୁ ବେଳେ ଟୋଲ ଆଦାୟ କରିପାରିବ । ହାଇକୋର୍ଟ ଏହି ନିଷ୍ପତ୍ତିକୁ ଟହାଇ ଠିକ କରିଛନ୍ତି । ସୁପ୍ରିମ କୋର୍ଟ ଆଗକୁ କହିଛନ୍ତି, ବ୍ରିଜ ନିର୍ମାଣ ପାଇଁ ଏନଟିବିସିଏଲକୁ ବିନା ସାର୍ବଜନିକ ଟେଣ୍ଡରରେ ଠିକା ଦିଆଯାଇଥିଲା । ଏହା ସମ୍ପୂର୍ଣ୍ଣ ଭୁଲ ଓ ମନମାନୀ । ତେଣୁ ଏଠାରେ ଟୋଲ ଆଦାୟ ବେଆଇନ ବୋଲି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଏହି ମାମଲାକୁ ନେଇ ୨୦୧୬ରେ ଇଲାହାବାଦ ହାଇକୋର୍ଟ ତାଙ୍କ ଶୁଣାଣି କାଳରେ କହିଥିଲେ କି, ନୋଏଡା ଟୋଲ ବ୍ରିଜ କମ୍ପାନୀ କଣ୍ଟ୍ରକ୍ଟ ମୁତାବକ ଦିଆଯାଇଥିବା ଅର୍ଥ ସଂଗ୍ରହ କରି ସାରିଛି । ତେଣୁ ଆଉ ଟୋଲ ଆଦାୟ ଉପରେ କୋର୍ଟ ରୋକ ଲଗାଇଥିଲେ । ଏହି ନିଷ୍ପତ୍ତି ବିରୋଧରେ ଟୋଲ କମ୍ପାନୀ ତୁରନ୍ତ ସୁପ୍ରିମ କୋର୍ଟ ଯାଇଥିଲା । ତକ୍ରାଳୀନ ସୁପ୍ରିମ କୋର୍ଟର ସିଜେଆଇ ଜଷ୍ଟିସ ଟି ଏସ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇ ଦେଇଥିଲେ । ଏବେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଚୂଡାନ୍ତ ରାୟ ଦେଇ ଟୋଲ ସଂଗ୍ରହକୁ ବେଆଇନ କହିବା ସହ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।