fbpx

ପରଲୋକରେ ବରିଷ୍ଠ ସାମ୍ୱାଦିକ ରାଧାନାଥ ସାହୁ

ଭୁବନେଶ୍ୱର: ସମ୍ବାଦପତ୍ର ‘ସୁଶାସନ’ ର ଗଜାଂମ ଜିଲ୍ଳା ପ୍ରତିନିଧି ତଥା ବରିଷ୍ଠ ସାମ୍ୱାଦିକ ରାଧାନାଥ ସାହୁଙ୍କର ଗତ ୧୫ ତାରିଖ ଶୁକ୍ରବାର ଦିନ ପରଲୋକ ହୋଇଯାଇଛି। ମୃୁତ୍ୟ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେ ମଧୁମେହ ଓ କିଡିନ୍ ଜନିତ ରୋଗରେ ପିଡିତ ଦୀର୍ଘ ଦିନ ଧରି ପିଡିତ ଥିଲେ। ଅବିବାହିତ ଥିବା ସ୍ୱର୍ଗତ ସାହୁଙ୍କର ମୁତ୍ୟୁ ଶର୍ଯ୍ୟା ନିକଟକରେ ତାଙ୍କର ବଡ଼ ଭାଇ, ଭାଉଜ, ପୁତୁରା, ଝିଆରୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସ୍ୱର୍ଗତ ସାହୁ ବିଜେପି ମହାବିଦ୍ୟାଳୟରୁ ସ୍ନାତକ ଡ଼ିଗ୍ରି ହାସିଲ କରିବା ପରେ ତିନି ଥର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷା ଦେଇଥିଲେ ମଧ୍ୟ କୃତକାର୍ଯ୍ୟ ହୋଇନପାରିବାରୁ ଶେଷରେ ସାମ୍ୱାଦିକ ବୃତ୍ତିକୁ ଗ୍ରହଣ କରିଥିଲେ। ସେ ଜଣେ ଅତ୍ୟନ୍ତ ମେଳାପୀ, ସହଯୋଗୀ, ପରଉପକାରୀ ବ୍ୟକ୍ତି ଭାବେ ସାମ୍ୱାଦିକ ମହଲରେ ପରିଚିତ ଥିଲେ।

ତାଙ୍କ ବିୟୋଗରେ ସାମ୍ୱାଦିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କ ଅକାଳ ବିୟୋଗରେ ରବିବାର ଦିନ ଏକ ଶୋକସଭା ବରିଷ୍ଠ ସାମ୍ୱାଦିକ ଗୋପୀନାଥ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭାରେ ବରିଷ୍ଠ ସାମ୍ୱାଦିକ ସର୍ବଶ୍ରୀ ହର ପ୍ରସାଦ ଦାସ,ଅବିନାଶ ମିଶ୍ର, ପାର୍ଥ ସାରଥୀ ଜେନା, କିଶୋର ରଥ, ସୁରେଶ ଚନ୍ଦ୍ର କର, ଜୟଦେବ ବେହେରା,ଗଜେନ୍ଦ୍ର ବେହେରା, ସୁକାନ୍ତ ମହାନ୍ତି, ବିଶ୍ୱଜିତ ଦାସ, ଶୁଭେନ୍ଦୁ କାନୁନଗୋ ପ୍ରମୁଖ ସ୍ୱର୍ଗତ ସାହକୁଙ୍କର ସ୍ମୃତି ଚାରଣ କରିଥିଲେ। ଏହି ଶୋକସଭାରେ ଅଶୋକ ମହାନ୍ତି, ଅକ୍ଷୟ ଦାସ, ଆଶୁତୋଷ ମହାଳିକ, ରତିକାନ୍ତ ବଳ, ବବିଗୁପ୍ତା, ମନୋଜ ମୁଖୀ, ଚକ୍ରଧର ମାଝୀ, ବିଜୟ ବେହେରା, ଲିସ୍ପା ରାଉତ, ମହେନ୍ଦ୍ର କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

Get real time updates directly on you device, subscribe now.