fbpx

WIPRO ରେ ୧୦-୧୨ ହଜାର ଚାକିରି: ମିଳିବ ଦମଦାର ନିଯୁକ୍ତି ସୁଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଭଲ ଚାକିରିଟିଏ ପାଇବା ପାଇଁ ନାନା ସମସ୍ୟାରର ସମ୍ମୁଖୀନ ହେଉଛନ୍ତି ଯୁବପିଢୀ । ତେବେ ଏହାର ଏକ ସମାଧାନ ସ୍ୱରୂପ ବଡ଼ ଯୋଜନା ପ୍ରସ୍ତୁତ କରୁଛି ଲୋକପ୍ରିୟ ଆଇଟି କମ୍ପାନୀ ୱିପ୍ରୋ(WIPRO) । ଆସନ୍ତାବର୍ଷ କମ୍ପାନୀ ତରଫରୁ ପ୍ରାୟ ୧୦-୧୨ ହଜାର ପିଲାଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଗତ ୨ଟି ଆର୍କିତ ର୍ବେରେ ଲଗାତାର କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି । ତେଣୁ ଏଥିରେ ଏକ ବ୍ରେକ ଲଗାଇବା ପାଇଁ କମ୍ପାନୀ ଏଭଳି ଏକ ନିଷ୍ପତ୍ତି ନେଇଛି ।

ସୂଚନା ଅନୁସାରେ, ପ୍ରାର୍ଥୀଙ୍କ ପାଇଁ କରିଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରି ବୋଲି କହିଛି ବେଙ୍ଗଲୁରୁ ଆଇଟି କମ୍ପାନୀ । ଏ ନେଇ CMRC ସୌରଭ ଗୋଭିଲ କହିଛନ୍ତି ଯେ, ଏହି ଆର୍ଥିକ ବର୍ଷରେ ହୋଇଥିବା ସମସ୍ତ ପ୍ରସ୍ତାବକୁ ପୂରଣ କରିବୁ । ଏହା ଆମେ ପ୍ରସ୍ତାବ ଦେଇଥିବା ସମସ୍ତ ଲୋକମାନଙ୍କ ପ୍ରତି କମିଟମେଣ୍ଟ ବୋଲି ସେ କହିଛନ୍ତି । ତେବେ ୨୦୨୫ ଆର୍ଥିକ ବର୍ଷର ପ୍ରଥମ ତୃତୀୟାଂଶରେ ୱିପ୍ରୋ ୪.୬ ପ୍ରତିଶତ ବୃଦ୍ଧି କରିଛି । ଏହାସହିତ କମ୍ପାନୀର ବାର୍ଷିକ ଟର୍ଣ୍ଣ ଓଭର ୩୦୦୩.୨ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ତେବେ ବର୍ତ୍ତମାନ ଅନ୍ କାମ୍ପସ ଏବଂ ଅଫ୍-କାମ୍ପସରେ ନିଯୁକ୍ତି କରିବା କମ୍ପାନୀର ପ୍ରମୁଖ ଲକ୍ଷ୍ୟ ରହିଛି ।

ଗୋଭିଲ କହିଛନ୍ତି ଯେ, ଆମେ ଏହି ଆର୍ଥିକ ବର୍ଷରେ ପ୍ରାୟ ୧୦,୦୦୦-୧୨,୦୦୦ ନୂଆ ନିଯୁକ୍ତି ପ୍ରଦାନ କରାଯିବ । କିଛି ସଂସ୍ଥା ସହ କମ୍ପାନୀର ଭାଗିଦାରୀ ମଧ୍ୟ ରହିଛି, ତେଣୁ ଏଥିରେ ଅଫ୍-କ୍ୟାମ୍ପସରେ ନୂଆ ନିଯୁକ୍ତି ଦିଆଯାଇ ପାରିବ । ଏହାବ୍ୟତୀତ ଆସନ୍ତାବର୍ଷ କମ୍ପାନୀ ଏଭଳି ଏକ ବଡ଼ ନିଯୁକ୍ତି ସୁଯୋଗ ଦେବ ବୋଲି କହିଛନ୍ତି CMRC ସୌରଭ ଗୋଭିଲ । ୨୦୨୪ ମସିହା ଜୁନ୍ ମାସ ପର୍ଯ୍ୟନ୍ତ ୱିପ୍ରୋର କର୍ମଚାରୀଙ୍କ ସଂଖ୍ୟା ୨,୩୪,୩୯୧ ରହିଥିବା ବେଳେ ଏଥିରେ ବର୍ଷର ପ୍ରଥମ ତୃତୀୟାଂଶରେ ୩୩୭ ଜଣଙ୍କୁ ସାମିଲ କରାଯାଇଛି । ତେବେ ଏକ ବର୍ଷର ବ୍ରେକ ପରେ ପୁଣିଥରେ କ୍ୟାମ୍ପସରୁ ଫ୍ରେଶର୍ସମାନଙ୍କୁ ସାମିଲ କରିବା ଆରମ୍ଭ କରିଛି । ଆବଶ୍ୟକ ଅନୁସାରେ ୱିପ୍ରୋ ନିଯୁକ୍ତି ଜାରି ରଖିଛି ବୋଲି ସୌରଭ ଗୋଭିଲ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.