fbpx

ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ୧୦ ଦିନିଆ ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଓ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

Advertisement

ଓଡିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ (CAVI ODISHA)ପକ୍ଷରୁ ଆୟୋଜିତ ଦୃଷ୍ଟିବାଧିତ ମହିଳାମାନଙ୍କ ନିମନ୍ତେ ଏହି ସ୍ୱତନ୍ତ୍ର କ୍ରିକେଟ୍ ପ୍ରଶିକ୍ଷଣ ଓ ଆତ୍ମରକ୍ଷା କୌଶଳ(SELF DEFENSE)ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି।ଇତି ଅବସରରେ ବିଦ୍ୟାଳୟ ରେ ଅଧ୍ୟୟନ ରତ ସମସ୍ତ ଦୃଷ୍ଟିବାଧିତ ଛାତ୍ରୀ ଯୋଗ ଦେଇଥିଲେ। ଏହି ଛାତ୍ରୀମାନଙ୍କୁ ତା ୩/୦୯/୨୨ ରୁ ୧୨/୦୯/୨୨ ପର୍ଯ୍ୟନ୍ତ କ୍ରିକେଟ୍ ଏବଂ ଆତ୍ମରକ୍ଷା କୌଶଳ ର ତାଲିମ ଦିଆଯିବ। କାଭି ଓଡ଼ିଶାର ପ୍ରଶିକ୍ଷକ ତଥା ଆନ୍ତର୍ଜାତୀୟ କ୍ରିକେଟର୍ ଶ୍ରୀ ସୁଖରାମ୍ ମାଝୀ ଓ ନକୁଳ ବଡ଼ନାୟକ ଙ୍କ ତତ୍ୱାବଧାନରେ ଛାତ୍ରୀ ମାନେ ତାଲିମ ନେବେ।ଏହି ପ୍ରଶିକ୍ଷଣ କାର୍ଯ୍ୟରେ ଶ୍ରୀ ଚିନ୍ମୟ କୁମାର ସାହୁ, ସୁଶ୍ରୀ ଅଙ୍କିତା ପାଣି ଏବଂ ସୁଶ୍ରୀ ଶିଲ୍ପା ଷଡ଼ଙ୍ଗୀ ସହଯୋଗ କରିବେ।ଏହି ତାଲିମ ଶିବିରର ଉଦ୍ଘାଟନୀ ସମରୋହରେ ଓଡିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ ପକ୍ଷରୁ ମହିଳା ଦୃଷ୍ଟିହୀନ କ୍ରିକେଟର୍ ମାନଙ୍କୁ ଖେଳ ଜର୍ସି,ଜୋତା ଏବଂ ଟୋପି ପ୍ରଦାନ କରାଯାଇଥିଲା। ଦୃଷ୍ଟିବାଧିତ କ୍ରିକେଟ୍ ଖେଳର ପ୍ରଚାର ପ୍ରସାର ନିମନ୍ତେ ତଥା ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ଓ ଆଗ୍ରହ କୁ ଦୃଷ୍ଟି ରେ ରଖି ଓଡିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ ପକ୍ଷରୁ ବିଦ୍ୟାଳୟକୁ ଏକ କ୍ରିକେଟ୍ କିଟ ଅତିଥିମାନଙ୍କ ହାତରେ ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ମେଜର ଡକ୍ଟର କଳ୍ପନା ଦାସ, Chairman, Child and Women development society ଏବଂ ଉତ୍କଳ କରାଟେ ସ୍କୁଲ ର ସଂପାଦକ ଶ୍ରୀଯୁକ୍ତ ହରି ପଟ୍ଟନାୟକ ଙ୍କର ତତ୍ୱାବଧାନରେ ଆତ୍ମରକ୍ଷା କୌଶଳ ର ତାଲିମ୍ ଦିଆଯିବ।

ଏହି କାର୍ଯ୍ୟକ୍ରମ ରେ Child and Women development society ର ଅଧ୍ୟକ୍ଷା ତଥା ରମା ଦେବୀ ମହିଳା ବିଶ୍ଵ ବିଦ୍ୟାଳୟ ର ସିଣ୍ଡିକେଟ ମେମ୍ବର୍, ମେଜର ଡକ୍ଟର କଳ୍ପନା ଦାସ, ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ରାଜ୍ୟ ସାଧନ କର୍ମୀ ସିରିସ୍ ଦାସ, ଉତ୍କଳ କରାଟେ ସ୍କୁଲ ର ସଂପାଦକ ଶ୍ରୀଯୁକ୍ତ ହରି ପଟ୍ଟନାୟକ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କଳାଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସଭାଟିକୁ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ ର ସଭାପତି ମହମ୍ମଦ ଜାଫର ଇକବାଲ ପରିଚାଳନା କରିଥିଲେ। କାଭି ଓ CWDS ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଇତି ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ତାପସ ମହାନ୍ତି ଙ୍କୁ CAVI ODISHA (କାଭି ଓଡିଶା) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଶେଷରେ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ତାପସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.