୧୦ ମିନିଟରେ Food Delivery; ସାଙ୍ଘାତିକ ରୋଗ ପାଇଁ ଫିଟାଏ ବାଟ

ଏସବୁ କେବଳ ସମ୍ଭବ ଅଲ୍ଟ୍ରା ପ୍ରୋସେଷ୍ଟ, ରେଡି ଟୁ ଇମ ମିଲ: ଆଗରୁ ରୋଷେଇ ହୋଇଥାଏ ଓ ଏହାକୁ ଫ୍ରୋଜେନ ଫର୍ମରେ ରଖା ଯାଇଥାଏ

ନୂଆଦିଲ୍ଲୀ- ୧୦ ମିନିଟରେ ଫୁଡ ଡେଲିଭରୀ । ଏହି ସମୟ ଭିତରେ ଖାଦ୍ୟ ନ ପହଞ୍ଚିଲେ ଟଙ୍କା ବି ଫେରସ୍ତ । ହେଲେ ଏହି ଖାଦ୍ୟର ସ୍ୱାସ୍ଥ୍ୟକାରିତାକୁ ନେଇ ପ୍ରଶ୍ନ କଲେଣି ସ୍ୱାସ୍ଥ ବିଶେଷଜ୍ଞ । ଏସବୁ ଖାଦ୍ୟକୁ ବିଷ ବୋଲି କହିବାକୁ ପଛାଇ ନାହାନ୍ତି । ଏହି ଖାଦ୍ୟର ସ୍ୱଚ୍ଛତା ଉପରେ ଉଠାଇଛନ୍ତି ପ୍ରଶ୍ନ ।

ଟେକ୍ନୋଲୋଜି ସହ ବ୍ୟକ୍ତିଙ୍କ ବ୍ୟସ୍ତବହୁଳତା ପାଇଁ ବିଭିନ୍ନ ଫୁଡ ଡେଲିଭରୀ ସଂସ୍ଥା ଗଢି ଉଠିଛି । ୧୦ ମିନିଟରେ ଖାଦ୍ୟ ଯୋଗାଇବାକୁ ଏବେ ଫୁଡ ଡେଲିଭରୀ ସଂସ୍ଥା ଭିତରରେ ଚାଲିଛି ପ୍ରତିଯୋଗିତା । କିନ୍ତୁ ଏହି ଯେଉଁ ୧୦ ମିନିଟରେ ଖାଦ୍ୟ ମିଳୁଛି ତାର ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡୁଛି ସେ ବିଷୟରେ ଚିନ୍ତା କରିଛନ୍ତି କି? ଯଦି ନାହିଁ, ତେବେ ସମୟ ଆସିଛି, ଚିନ୍ତା କରନ୍ତୁ ।

ଇନଷ୍ଟାଣ୍ଟ ଫୁଡ ଡେଲିଭରୀକୁ ନେଇ ଚାତାବନୀ- ଦେଶର ପ୍ରସିଦ୍ଧ ଅର୍ଥୋପେଡିକ ସର୍ଜନ ଡ ମନନ ବୋରା ଇନଷ୍ଟାଣ୍ଟ ଫୁଡ ଡେଲିଭରୀ ଉପରେ ଉଠାଇଛନ୍ତି ପ୍ରଶ୍ନ । ଏହି ଖାଦ୍ୟ ସ୍ୱାସ୍ଥ ଖରାପ କରିବାରେ ସହାୟକ ହୋଇଥାଏ ବୋଲି କହିଛନ୍ତି ଡାକ୍ତର ବୋରା ।

ବୋରା ତାଙ୍କ ଏକ ସୋସିଆ ମିଡିଆ ପୋଷ୍ଟରେ ଲେଖିଛନ୍ତି କି, ଫୁଡ ଡେଲିଭରୀ ସଂସ୍ଥାଙ୍କ କହିବା କଥା, ଆମ ସୁବିଧା ପାଇଁ । କିନ୍ତୁ ଏହାକୁ ଆମକୁ ବନ୍ଦ କରିବାକୁ ହେବ । ନିଜକୁ ଏକ ପ୍ରଶ୍ନ କରିବାକୁ ହେବ । କେମିତି ୧୦ ମିନିଟରେ ଏ ଖାଦ୍ୟ ମୋ ପାଖରେ ପହଞ୍ଚୁଛି ? ଏହି ସମୟ ଭିତରେ ଖାଦ୍ୟ ପହଞ୍ଚାଇବାକୁ ୩ ମିନିଟ ଭିତରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିବ ।

ଆଉ ଏସବୁ କେବଳ ସମ୍ଭବ ଅଲ୍ଟ୍ରା ପ୍ରୋସେଷ୍ଟ, ରେଡି ଟୁ ଇମ ମିଲ ଦ୍ୱାରା ବୋଲି ଡାକ୍ତର କହିଛନ୍ତି ।

ଏସବୁ ପୂର୍ବରୁ ରୋଷେଇ ହୋଇଥାଏ ଓ ଏହାକୁ ଫ୍ରୋଜେନ ଫର୍ମରେ ରଖା ଯାଇଥାଏ । ଅର୍ଡର ମିଳିବା ମାତ୍ରେ ତାକୁ ମାଇକ୍ରୋବେଭରେ ଗରମ କରି ସପ୍ଲାଇ କରାଯାଏ ।

ଏପ୍ରକାର ଖାଦ୍ୟକୁ ଡାକ୍ତର ବୋରା ଅତି କ୍ଷତିକାରକ କହିଛନ୍ତି । ଏସବୁ ଖାଦ୍ୟ କ୍ୟାନ୍ସର, ମୋଟାପଣ, ସୁଗାର ବା ଡାଇବେଟିସ, ହୃଦଘାତ ପରି ରୋଗର କାରଣ ବୋଲି କହିଛନ୍ତି ଡାକ୍ତର ।