fbpx

ପୌର ନିର୍ବାଚନ: ପ୍ରାର୍ଥୀପତ୍ର ତାଲିକାରୁ କଟିଗଲା ୧୦୦ ଜଣ ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନ ପାଇଁ ମାହୋଲ ସରଗରମ ରହିଛି । ଏହାରି ଭିତରେ ନିର୍ବାଚନ ନିମନ୍ତେ ନାବାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନଙ୍କର ଡକ୍ୟୁମେଣ୍ଟ୍ ଯାଞ୍ଚ ହୋଇଥିଲା । ଯେଉଁଥିରେ ୧୦୦ ଜଣ ପ୍ରାର୍ଥୀ କଟି ଯାଇଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସୁତ୍ରରୁ ଜଣାପଡ଼ିଛି । ତେବେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସୁଯୋଗ ଥିବାରୁ ଏହି ସମୟରେ ଏକାବେଳକେ ୧୦୦ ଜଣଙ୍କ ନାମ କଟିଯିବା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯେ, ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ଯେଉଁ ମାନେ ସତ୍ୟପାଠ ଦେଇନଥିଲେ, ଭୂଲ୍ ଫର୍ମ ପୂରଣ କରିଥିଲେ ଏବଂ ସତ୍ୟପାଠରେ ଭୂଲ୍ ତଥ୍ୟ ଦେଇଥିଲେ ସେମାନଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ତେବେ ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ପ୍ରାର୍ଥୀପତ୍ର ଦାଖଲରେ ପୌରାଧ୍ୟକ୍ଷ/ମେୟର୍ ପଦବି ପାଇଁ ୬୯୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସେଥି ମଧ୍ୟରୁ ୨୨ ଜଣଙ୍କର ନାକଚ ହୋଇଛି । ବର୍ତ୍ତମାନ ଏହି ପଦବି ପାଇଁ ୬୭୧ ଜଣ ପ୍ରର୍ଥୀ ରହିଛନ୍ତି ।

ସେପଟେ କାଉନସିଲର୍ / କର୍ପୋରେଟର୍ ପଦବି ପାଇଁ ୬୪୫୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୭୮ ଜଣଙ୍କା ନାକଚ ହୋଇଯାଇଛି । ଏବେ ଏହି ପଦବି ପାଇଁ ୬୩୮୧ ଜଣ ପ୍ରାର୍ଥୀ ରହିଛନ୍ତି ।

Get real time updates directly on you device, subscribe now.