Breaking: କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନଚ୍ୟୁତ, ଆହତଙ୍କୁ ପଠାଗଲା ହସ୍ପିଟାଲ
ଚୌଦ୍ୱାର ନିର୍ଗୁଣ୍ଡିରେ ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ। ଏକାଥରେ ୧୧ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା। ଘଟଣା ସ୍ଥଳରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି।
ଚୌଦ୍ୱାର: ବଡ଼ ଦୁର୍ଘଟଣା। ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ। କାମାକ୍ଷା ଏକ୍ସପ୍ରେସର ଏକାଥରେ ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଚୌଦ୍ୱାର ନିର୍ଗୁଣ୍ଡିରେ ଲାଇନଚ୍ୟୁତ ହେଲା ଟ୍ରେନ।
୧୧ଟି ବଗି ଲାଇନଚ୍ୟୁତ ନେଇ ପୂର୍ବତଟ ରେଲଓ୍ୱେ ପକ୍ଷରୁ ସୂଚନା। ଟ୍ରେନଟି ଅଟକି ଯିବାରୁ ଟ୍ରେନରୁ ବାହାରକୁ ଚାଲି ଆସିଛନ୍ତି ଯାତ୍ରୀ। ଆଉ ଭୀଷଣ ଡହ ଡ଼ହ ଖରାରେ ହନ୍ତସନ୍ତ ହେଉଛନ୍ତି। କେତେବେଳେ ଟ୍ରେନ ଚଳାଚଳ ସ୍ୱଭାବିକ ହେବ ତାର ମଧ୍ୟ ସୂଚନା ନାହିଁ।
ଘଟଣାସ୍ଥଳ ଅଭିମୁଖେ ରେଲଓ୍ୱେର ବରିଷ୍ଠ ଅଧିକାରୀ। ଲାଇନଚ୍ୟୁତ ପାଇଁ ଘଟଣାସ୍ଥଳରେ ସମସ୍ତ ଟ୍ରେନ ଚଳାଚଳା ବନ୍ଦ ରହିଛି। ହେଲେ କିପରି ଲାଇନଚ୍ୟୁତ ହେଲା ଟ୍ରେନ ତାହାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଷ୍ଟ୍ରେଚର ଯୋଗେଁ ହସ୍ପିଟାଲ ପଠାଯାଉଛି।
ପୂର୍ବାହ୍ନ ୧୧ଟା ୫୪ ରେ ଟ୍ରେନ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ବେଙ୍ଗାଳୁରୁରୁ କାମାକ୍ଷା ଯାଉଥିଲା ଏକ୍ସପ୍ରେସ ଟ୍ରେନ। ଟ୍ରେନ ନମ୍ୱର ରହିଛି- 12551 ବେଙ୍ଗାଳୁରୁରୁ କାମାକ୍ଷା ଏକ୍ସପ୍ରେସ। ଖୁବଶୀଘ୍ର ହେଲ୍ପଲାଇନ୍ ନମ୍ୱର ଜାରି କରାଯିବ।