fbpx

ଟ୍ରକ-ପିକଅପ୍ ଭୟଙ୍କର ଦୁର୍ଘଟଣା: ଚାଲିଗଲା ୧୧ ଜଣଙ୍କ ଜୀବନ, ୨୦ ଜଣ ଆହତ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ପାଲଟିଛି । କେତେବେଳେ କାହାର ଜୀବନ ଚାଲିଯାଉଛି ତାହା କହିହେଉ ନାହିଁ । ଏପରିକି ଅନେକ ସମୟରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଅକାଳରେ ଆରପାରିକୁ ଚାଲିଯାଉଛନ୍ତି । ତେବେ ଏପରି ଏକ ଭୟଙ୍କର ଦୁର୍ଘଟଣାରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏଥିସହିତ ୨୦ ଜଣ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି ।

ସୂଚନା ମୁତାବକ, ଛତିଶଗଡ଼ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏଥିସହିତ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଭାଟାପାରା ଓ ବଲୌଦା ବଜାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭାଟାପାରାରେ ବିଳମ୍ବିତ ରାତ୍ରିରେ ଟ୍ରକ-ପିକଅପ ମଧ୍ୟରେ ଧକ୍କା ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା ।

ଭାଟାପାରା ଗ୍ରାମୀଣ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏକ୍ ପାରିବାରିକ କାର୍ଯ୍ୟକ୍ରମ ସାରି ଫେରୁଥିବା ପିକଅପକୁ ଦ୍ରୁତଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ସମୟରେ ବଡ଼ ଧରଣର ଶବ୍ଦ ଶୁଣିବାକୁ ମିଳିଥିଲା । ମୃତକଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ବେଳେ ପୀଡ଼ିତମାନେ ପରସ୍ପର ସମ୍ପର୍କୀୟ ବୋଲି କୁହାଯାଉଛି ।

ଖବର ପାଇ ଏସଆଇ ସଞ୍ଜିବ ସିଂହ ରାଜପୁର ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଆହତ ଓ ମୃତକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ମୃତକଙ୍କ ସଠିକ୍ ତଥ୍ୟ ଜଣାପଡ଼ି ନଥିଲେ ହେଁ ୧୧ ଜଣ ପ୍ରାଣ ହରାଇଥିବା ବଲୌଦା ଏସପି ଦୀପକ ଝା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.