fbpx

୧୧ ହଜାର ରୁଷୀୟ ସୈନ୍ୟ ନିପାତ- ୟୁକ୍ରେନ୍

ନୂଆଦିଲ୍ଲୀ: ଯୁଦ୍ଧରେ ରୁଷିଆର ବଡ଼ କ୍ଷତି ଘଟାଇଥିବା ଦାବି କଲା ୟୁକ୍ରେନ । ୧୧ ହଜାର ରୁଷୀୟ ସୈନ୍ୟଭ୍କୁ ମାରିଥିବା ଆଜି ଦାବି କରିଛି ୟୁକ୍ରେନ୍ । ତେବେ ୧୧ ହଜାର ଯବାନଙ୍କ ସହିତ ୨୯୦ ଟ୍ୟାଙ୍କ୍ ମଧ୍ୟ ଉଡାଇଥିବା ଦାବି କରିଛି । ରୁଷିଆର ୪୬ଟି ଲଢ଼ୁଆ ବିମାନ ମଧ୍ୟ ଖସାଇଥିବା ଦାବି କରିଛି ୟୁକ୍ରେନ ।

ସେପଟେ ସାମୟିକ ଭାବରେ ୟୁକ୍ରେନର କିଛି ସହରରେ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । ଏହି ପରିପ୍ରେକ୍ଷୀରେ କିଭ୍, ସୁମି, ମାରିଓପଲ୍, ଖାରକିଭ୍ ସହର ପାଇଁ ଏହି ଯୁଦ୍ଧ ବିରତି ଘୋଷଣା ହୋଇଛି । ଭାରତୀୟ ସମୟାନୁସାରେ, ଦିନ ୧୨ଟା ୩୦ରେ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ରୁଷିଆ ।

ସୂଚନାଯୋଗ୍ୟ, ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ କଥା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୩୫ ମିନିଟ୍ ଧରି ଫୋନ୍ ଯୋଗେ କଥା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ୟୁକ୍ରେନର ସାମ୍ପ୍ରତିକ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଭାରତୀୟ ଉଦ୍ଧାର ନେଇ ୟୁକ୍ରେନର ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୋଦି ।

Get real time updates directly on you device, subscribe now.