ମଙ୍ଗଳବାରରେ ଏହି ୪ ରାଶିଙ୍କୁ ମିଳିବ ସଫଳତା, ଚାକିରିରେ ପ୍ରମୋଶନ ଆପଣଙ୍କ ଦିନକୁ କରିଦେବ ଚମତ୍କାର

ଏହି ରାଶିଙ୍କୁ ମିଳିବ ବଜରଙ୍ଗବାଲୀଙ୍କ କୃପା, ପଢନ୍ତୁ ଆଜିର ରାଶିଫଳ

ଓଡ଼ିଶା ଭାସ୍କର: ଆଜି ଭାଦ୍ରପଦ କୃଷ୍ଣ ପକ୍ଷର ତୃତୀୟା ତିଥି ମଙ୍ଗଳବାର। ତୃତୀୟା ତିଥି ଆଜି ସକାଳ ୮ଟା ୪୧ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ ଚତୁର୍ଥୀ ତିଥି ଲାଗିବ। ଆଜି ସଂଧ୍ୟା ୬ଟା ୫୪ ମିନିଟ ପର୍ଯ୍ୟନ୍ତ ସୁକର୍ମା ଯୋଗ ରହିବ।

ଆଜି ଦ୍ୱିପ୍ରହର ପୂର୍ବରୁ ୧୧ଟା ୫୨ ମିନିଟ ପର୍ଯ୍ୟନ୍ତ ପୂର୍ବଭଦ୍ରପଦ ନକ୍ଷତ୍ର ରହିବ, ଏହାପରେ ଉତ୍ତରା ଭାଦ୍ରପଦ ନକ୍ଷତ୍ର ଲାଗିଯିବ। ତେବେ ଆସନ୍ତୁ ଜାଣିବା ଆଜି କେମିତି କଟିବ ୧୨ ରାଶିଙ୍କର ଭାଗ୍ୟ।

ମେଷ: ସାମାଜିକ ସଂଗଠନରେ ଥିବା ଲୋକଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ଲେଖକ କୌଣସି ସମାରୋହ‌ରେ ସମ୍ମାନିତ ହେବ। ବାଲ୍ୟ ବନ୍ଧୁ ସହ ସାକ୍ଷାତ ହେବ।

ବୃଷ: ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। କୌଣସି ଧାର୍ମିକ ସମାରୋହରେ ସମ୍ମିଳିତ ହେବାର ସୁଯୋଗ ପାଇବେ। ବେପାରରେ ଯଥେଷ୍ଟ ଲାଭ ପାଇବେ।

ମିଥୁନ: ଦିନଟି ବହୁତ ଭଲ ରହିବ। ସରକାରୀ ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ବାଣିଜ୍ୟ ଛାତ୍ର କିଛି ନୂଆ ଶିଖିବେ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହେବେ। ଘର କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଆର୍ଥିକ ଲାଭ ହେବ।

ସିଂହ: ବେକାରଙ୍କୁ ରୋଜଗାରର ଅବସର ମିଳିବ। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ। ଛାତ୍ରଙ୍କ ଲାଗି ସଫଳତାର ଦ୍ବାର ଖୋଲିବ।

କନ୍ୟା: ଭାବିଥିବା କାମ ଅତିଶୀଘ୍ର ପୂରା କରିନେବେ। କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ତୁଳା: ଜୀବନସାଥୀଙ୍କୁ ଧାର୍ମିକ ସ୍ଥାନକୁ ନେଇଯିବେ। ରାଜନୀତିକ ଲୋକଙ୍କୁ ସମ୍ମାନଜନକ ପଦ ମିଳିବ। ଛୋଟ ବେପାରୀଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।

ବିଛା: ବ୍ୟବସାୟ ମାନ୍ଦା ଧରିବ। ପଇସା ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ବିଚାରାଧୀନ ମକଦ୍ଦମା ଆପଣଙ୍କ ସପକ୍ଷରେ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ଧନୁ: ଯାତ୍ରା ଓ ଫିଲ୍ମ କଳାକାରଙ୍କ ଲାଗି ଦିନଟି ଲାଭଦାୟକ। ଭ୍ରମଣ ସୁଖଦ ହେବ। ଘରୋଇ ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କ କାମକୁ ପ୍ରଶଂସା ମିଳିବ।

ମକର: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଜମି କିଣିବାକୁ ଚାହୁଥିଲେ ଭଲ ସଉଦା ମିଳିବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ।

କୁମ୍ଭ: ଜୀବନରେ ନୂଆ ଉପଲବ୍ଧି ହାସଲ ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ନୂଆ ବ୍ୟବସାୟ ଆରମ୍ଭ ପାଇଁ ଦିନଟି ଭଲ।

ମୀନ: ଜମି ଦଲାଲଙ୍କୁ ଅଧିକ ଧନଲାଭ ହେବ। ସାରା ଦିନ ଆପଣଙ୍କ ଚେହେରାରେ ଖୁସି ବଜାୟ ରହିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି।